ଧାଡି ଧାଡି କରି ପ୍ଲାଷ୍ଟିକ୍ ଡବା ସବୁ ମାଟିରେ ପୋତା ଯାଇଛି। ଆଉ ଏହି ଡବାରେ ମଦ ଭର୍ତ୍ତି କରି ମାଟି ଘୋଡାଇ ଦିଆଯାଇଥିଲା।
ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ବର ସାଲିଆ ସାହି ଅଞ୍ଚଳର। ଯେଉଁଠି ଅବକାରୀ ବିଭାଗ ଆଜି ଏକ ବଡ଼ ଧରଣର ଚଢାଉ କରିଛି। କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢାଉ କରି ଏହି ଦେଶୀ ମଦ ଭାଟିରୁ ମଦ ନଷ୍ଟ କରୁଛନ୍ତି।
କୁହାଯାଉଛି କି, ପୁଲିସ ଚଢାଉରୁ ବର୍ତ୍ତିବା ପାଇଁ ଏହି ବେଆଇନ୍ ମଦ ପ୍ରସ୍ତୁତକାରୀ ମାଟି ତଳେ ପୋତିବାର ବ୍ୟବସ୍ଥା କରିଥିଲେ। କେବଳ ବାହାରେ ନୁହେଁ, ଭିତରର ଦୃଶ୍ୟ ଆହୁରି ଭୟଙ୍କର। ମଦ ପ୍ରସ୍ତୁତ ପାଇଁ ଘର ମଧ୍ୟ ରହିଛି। ଯେଉଁ ପରିତ୍ୟକ୍ତ ଘରେ ମଦ ରନ୍ଧା ଯାଉଥିଲା। ତେଲ ଡବା ଆଉ ଗୁଡ ହାଣ୍ଡିର ପୋଚା ଗନ୍ଧରେ ଫାଟି ପଡୁଛି ପୂରା ଘର।