ଛୋଟ ବୟସରେ ଦୁନିଆ ଚିନ୍ତା । ଖେଳ କୁଦ ବୟସରେ ଲୋକଙ୍କ କଥା ଭାବୁଛନ୍ତି କୁନି ଝିଅ । ବୟସ ସିନା ଛୋଟ ହେଲେ ଭାବନା ବହୁତ ବଡ଼ । ଏଭଳି ଜଣେ ଶିଶୁର ମହାନ ଭାବନା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନଗୁଡା ଅଞ୍ଚଳରେ । ଏବେ ବିଶ୍ୱ ମହାମାରୀ କୋରୋନା ଭୁତାଣୁ ସାରା ବିଶ୍ବରେ ମାଡ଼ି ଚାଲିଥିବା ବେଳେ, ଅସହାୟ ଗରିବ ଲୋକେ ଯେଭଳି ସଚେତନ ହୋଇ ସୁରକ୍ଷିତ ରହି ପାରିବେ, ସେଥିପାଇଁ ଆଗଭର ହୋଇଛନ୍ତି ସୁଲଗ୍ନା ଆଚାର୍ଯ୍ୟ । ନିଜ ବାପା ମା , ବନ୍ଧୁ ପରିଜନ ଦେଇଥିବା ଅର୍ଥକୁ ଏକ କୁମ୍ପିରେ ସାଇତି ରଖିଥିଲେ ସୁଲଗ୍ନା ।
ଆଉ ଏବେ ଏହାକୁ ଭାଙ୍ଗି ଏଥିରୁ ବାହାରିଥିବା ଅର୍ଥରେ ସ୍ଥାନୀୟ ଦେଉଳି ଗ୍ରାମର ଲୋକଙ୍କୁ ମାସ୍କ, ସାବୁନ ଓ ସାନିଟାଇଜର ପ୍ରଭୃତି ଉପକରଣ କିଣି ସେଗୁଡିକୁ ବଣ୍ଟନ କରିବା ସହ କୋରୋନା ଦାଉରୁ କିଭଳି ସୁରକ୍ଷିତ ରହିବେ ସଚେତନତା ବାର୍ତ୍ତା ଦେଉଛନ୍ତି । ଏତେ ଛୋଟ ବୟସରେ ସୁଲଗ୍ନାଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯିବା ସହ ଝିଅ ନୁହେଁ ସେ ହୀରା ଟିଏ ବୋଲି ଆଲୋଚନା ହେଉଛି ।