ସୂଚନା ଅନୁଯାୟୀ ଅବକାରୀ ଇନ୍ସପେକ୍ଟର ଛତ୍ରପୁର ଦୀପ୍ତିମୟୀ ସାହୁ ଓ ଖଲ୍ଲିକୋଟ ଅବକାରୀ ଇନଚାର୍ଜ ଏଏସଆଇ ଜି କାମେଶ୍ବର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସଦଳବଳେ ବେଆଇନ ଦେଶୀମଦ ବିକ୍ରି ହେଉଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଞ୍ଚଳର କଇରାସି ଓ କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଓ ଚଢିଆପଡା ଠାରେ ଚଢ଼ାଉ କରିଥିଲେ। ଉକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଦେଶୀମଦ ସହ ବାଇକ ଜବତ : ୪ ଗିରଫ
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୨୮ ଲିଟର ବେଆଇନ ଦେଶୀମଦ ସହ ଗୋଟିଏ ବାଇକ ଜବତ କରିଥିବା ବେଳେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କଇରାସି ଗ୍ରାମର ବିଜୟ ସ୍ବାଇଁ , ମଠସରସିଂ ଗ୍ରାମର ରୋସନ ବେହେରା, ଶୁଶାନ୍ତ ନାହାକ ଓ ଚଢିଆପଡା ଗ୍ରାମର ବି ସୁନୀଲ ଦୋରା ।
Download Argus News App
