ବାଲେଶ୍ଵର ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା । ଏବେ ନୁହେଁ ବରଂ ପୂର୍ବରୁ ବି ନିଜର ଏମିତି ଦବଙ୍ଗଗିରିକୁ ନେଇ ସେ ଚର୍ଚ୍ଚାରେ ଥିଲେ । ହେଲେ ଏବେ କ୍ୟାମେରାରେ କଏଦ ହୋଇଛି ବିଡିଓ ବାବୁଙ୍କ ବାବୁଠାଣୀ । ଯାହା ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଉ ଏହି ଯୋଜନା ବାବଦରେ ବୁଝିବାକୁ ସରପଂଚମାନେ ବିଡିଓଙ୍କ ପାଖକୁ ଯାଇଥିଲେ । ହେଲେ ବାବୁ ସେମାନଙ୍କ କଥା ବୁଝିବେ କଣ ? ବରଂ ଆରମ୍ଭ କରିଦେଲେ ହୁକୁମାତି । କାହା ମୁହଁକୁ ଫାଇଲ ଫୋପାଡିଲେ ତ ଆଉ କାହାକୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେଲେ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି କାହା ଇସାରାରେ ଏମିତି ଧମକ ଦେଉଛନ୍ତି ବିଡିଓ ? କାହା ବଳରେ ସେ ବଳିୟାନ୍ ସରକାରୀ ଚାକିରିରେ ଥାଇ ଏମିତି ବ୍ୟବହାର କରୁଛନ୍ତି କେମିତି ?
ଅଭିଯୋଗ ଅନୁସାରେ, ବିଡିଓ ଜଣକ ବାରମ୍ବାର ଏମିତି ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଅନେକବାର ଅଭିଯୋଗ ହେଲାଣି କିନ୍ତୁ ବାବୁଙ୍କର ଠାଣୀରେ କୌଣସି ପରିବର୍ତ୍ତନ ହେଉନାହିଁ । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଲାଣି ଦାବି । ସେପଟେ ଅଭିଯୋଗ ସମ୍ପର୍କରେ ମୁହଁ ଖୋଲିଛନ୍ତି ବିଡିଓ । କହିଛନ୍ତି, ମୁଁ କାହାକୁ ଅଭଦ୍ରାମୀ କରେ ନାହିଁ । ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ତେବେ ସମୟ କହିବ କେବେ ବାବୁଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ ।