ତେବେ ଗ୍ରାମବାସୀଙ୍କ କହିବା କଥା ତିନି କି.ମି. ରାସ୍ତା ମଧ୍ୟରେ ପୂର୍ବରୁ ଦୁଇଟି ମଦ ଦୋକାନ ଥିବାବେଳେ ପୁନର୍ବାର କିପରି ପ୍ରଶାସନ ଆଉ ଗୋଟିଏ ମଦ ବାର ଖୋଲିବାକୁ ଅନୁମତି ପ୍ରଦାନ କରିବେ । ଏଥିପାଇଁ ଗ୍ରାମବାସୀଙ୍କ ସ୍ଵାର୍ଥଙ୍କୁ ପ୍ରାଧାନ୍ୟ ଦେଇ ଏହି ମଦ ବାରଟିକୁ ବନ୍ଦ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
ମଦ ଦୋକାନ ଖୋଲିବାକୁ ସ୍ଥାନୀୟ ଲୋକଙ୍କ ବିରୋଧ

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାଯତର ମାଇନ୍ଦା ଛକ ନିକଟରେ ଏକ ମଦ ବାର ଖୋଲିବାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଆଜି ଯାଜପୁର ଜିଲ୍ଲାପାଳଙ୍କ ନିକଟକୁ ସ୍ଥାନୀୟ ଘଣ୍ଟିଆଳି ପଞ୍ଚାୟତରୁ ଗ୍ରାମବାସୀ ମାନେ ଆସି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହି ପ୍ରସ୍ତାବିତ ମଦ ବାରକୁ ବନ୍ଦ କରିବା ପାଇଁ ଏକ ଲିଖିତ ଅଭିଯୋଗ କରିବା ସହ ଯାଜପୁର ଜିଲ୍ଲାପାଳଙ୍କ ନିକଟତରେ ଅଭିଯୋଗ କରିଛନ୍ତି।
Download Argus News App
