ନୂଆଦିଲ୍ଲୀ: ଲକ୍ ଡାଉନ୍ ଅବଧି ପୁଣି ବଢ଼ିଲା । ଆଉ ଦୁଇ ସପ୍ତାହ ଲକ୍ ଡାଉନ୍ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର । ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏବେ ଆସନ୍ତୁ ଜାଣିିିବା କେନ୍ଦ୍ର ସାରା ଦେଶକୁ ବିଭକ୍ତ କରିଥିବା ରେଡ଼, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ କଣ କୋହଳ ହେବ। ତେବେ ରେଡ ଜୋନରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆସୁଥିବା ବେଳେ ଅନ୍ୟ ଜିଲ୍ଲଶଗୁଡ଼ିକରେ କଟକଣା କୋହଳ ହୋଇଥିବା ଜଣାପଡ଼ିଛି ।
ରେଡ ଜୋନ
ରେଡ ଜୋନରେ କଡା କଟକଣା ରହିବ
ସର୍ତ୍ତମୂଳକ ଭାବେ ଯାତାୟତ କରିବ ଗାଡି
ଚାରି ଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାଇପାରିବେ
ବାଇକ ପଛରେ କେହି ବସି ପାରିବେ ନାହିଁ
କୌଣସି ବସ୍ ଗଡିପାରିବ ନାହିଁ
ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକ କାମ କରିପାରିବେ ନାହିଁ
ଅରେଞ୍ଜ ଜୋନ
ଅରେଞ୍ଜ ଜୋନରେ କିଛି ସର୍ତ୍ତ ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିବ
ପ୍ରତ୍ୟେକ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଯାଇପାରିବେ
ଅନ୍ତଃଜିଲ୍ଲା ଯାତାୟତ ପାଇଁ ଅନୁମତି ନେବାକୁ ପଡିବ
ଚାରିଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାତ୍ରୀ ଯାଇପାରିବେ

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ରେଜଲ୍ଟ ଘୋଷଣା । କଳାରେ ମୋଟ୍ ପାସ୍ ହାର 78.88 ପ୍ରତିଶତ । କଳାରେ ପୁଅଙ୍କ ପାସ୍ ହାର 70.43 ପ୍ରତିଶତ । କଳାରେ ଝିଅଙ୍କ ପାସ୍ ହାର 85.66 ପ୍ରତିଶତ । ଭୋକେସନାଲରେ ମୋଟ୍ ପାସ୍ ହାର 67.48 ପ୍ରତିଶତ । ଭୋକେସନାଲରେ ପୁଅଙ୍କ ପାସ୍ ହାର 64.23 ପ୍ରତିଶତ । ଭୋକେସନାଲରେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ।
www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋରିଲ ଗ୍ରାମର କାଜୁ ଜଙ୍ଗଲରେ ଦୁଇଦିନ ହେବ ଏକ ଦନ୍ତା ହାତୀ ଟି ଅସୁସ୍ଥ ଥିଲା . ହିନ୍ଦୋଳ ବନ ବିଭାଗ ଅସୁସ୍ଥ ହାତୀଟିର ଯତ୍ନ ନେଉଥିବା ଜଣାପଡିଥିଲା. କିନ୍ତୁ ବଡ଼ ଦୁଃଖର ବିଷୟ ହାତୀଟିର ୪୩ ଘଣ୍ଟା ଯତ୍ନ ନେବା ପରେ , ଗତକାଲି ରାତି ୨ ଘଟିକା ସମୟରେ ହାତୀ ଟି ମୃତ୍ୟୁବରଣ କରିଛି.
ଅଧିକ ପଢନ୍ତୁ : ଦୁଇ ଦିନ ହେଲା ଦନ୍ତା ହାତୀ ଅସୁସ୍ଥ
ଘଟଣା ସ୍ଥଳକୁ ହିନ୍ଦୋଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପହଞ୍ଚି ସାରିଛନ୍ତି, ଏବଂ ପ୍ରଥମେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ ଓ କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହା ପରିକ୍ଷା ପରେ ଜଣାପଡ଼ିବ, ଓ ଜେସିବି ମେସିନ୍ ସାହାଯ୍ୟ ରେ ଖୋଳା ଯାଇଥିବା ଗାତ ରେ ମୃତ୍ୟୁବରଣ କରିଥିବା ହାତୀ ଟି ର ଅନ୍ତିମ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି

ଅର୍ଗସ ବ୍ୟୁରୋ: ନୂଆ ସଂସଦ ଭବନକୁ ମହିଳା, ଅନୁସୂଚିତ ଜନଜାତି ନେତା ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ଦର୍ଶାଉଥିବା କଳାକୃତି ଗୁଡିକୁ ଦର୍ଶାଯିବ । କେବଳ ସେତିକି ନୁହେଁ, ପୂର୍ବରୁ ଦେଶରୁ ଚୋରି ହୋଇ ବିଦେଶକୁ ଯାଇଥିବା ଓ ପରେ ଭାରତ ଆସିଥିବା 14ଟି ମୂର୍ତ୍ତିକୁ ସଂସଦ ଭବନ ପରିସରରେ ବିଶିଷ୍ଟ ସ୍ଥାନରେ ପ୍ରଦର୍ଶିତ କରାଯିବ । ଗ୍ୟାଲେରୀରେ ଏକ ଡିଜିଟାଲ ପ୍ରାଚୀର ମଧ୍ୟ ରହିବ ଯେଉଁଥିରେ ଲୋକସ ଭାର ସ୍ଥାପନା ପର ଠାରୁ ସଂସଦ ସଦସ୍ୟ ମାନଙ୍କର ସମ୍ପର୍କରେ ବିବରଣୀ ରହିବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 28 ତାରିଖ ଦିନ ଦେଶକୁ ସମର୍ପିତ କରିଥିଲେ । ନୂଆ ସଂସଦ ଭବନରେ ଭାରତର ସଂସ୍କୃତି ଓ ଐତିହ୍ୟର ଝଲକ ମିଳିବ ବୋଲି ସେତେବେଳେ କୁହାଯାଇଥିଲା । ଏହି କ୍ରମରେ ସଂସଦକୁ ସଜ୍ଜିତ କରିବାର ଦ୍ୱିତୀୟ ପର୍ଯ୍ୟାୟରେ ଏହି କଳାକୃତି ଗୁଡିକୁ ତିଆରି କରାଯାଉଛି । ଏହି କାମ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସ୍କୃତି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ଏକ ମହତ୍ୱାକାଂକ୍ଷୀ ଅବଧାରଣା । ସେ କହିଛନ୍ତି ଯେ ପ୍ରାକ ଐତିହାସିକ କାଳରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ଓ ଦେଶର 75 ପଥ ପ୍ରଦର୍ଶକ ମହିଳା ମାନଙ୍କୁ ଦର୍ଶାଯାଉଛି । ଏକ ଗ୍ୟାଲେରୀ ଦେଶ ପାଇଁ ମହାନ କାମ କରିଥିବା ଅନୁସୂଚିତ ଜନଜାତି ବର୍ଗର ନେତା ମାନଙ୍କ ପାଇଁ ସମର୍ପିତ ହେବ ।
ସେ ଆହୁରି କହିଛନ୍ତି ଯେ ଆମ ନିକଟରେ ଭାରତର ସମୃଦ୍ଧ ପରମ୍ପରା, ପ୍ରକୃତି ଜ୍ଞାନ ଓ ଖେଳକୁ ପ୍ରଦର୍ଶିତ କରୁଥିବା ଏକ ଗ୍ୟାଲେରୀ ମଧ୍ୟ ରହିବ । ଥରେ ସଂସଦକୁ ସୁସଜିତ କରିବାର ବର୍ତ୍ତମାନ କାମ ଶେଷ ହୋଇ ସାରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ । ଏଥି ନିମନ୍ତେ କନସେପ୍ଟ ତିଆରି ହୋଇ ସରିଛି । କେବଳ ସେତିକି ନୁହେଁ କଳାକାର ମାନଙ୍କର ମଧ୍ୟ ଚୟନ କରାଯାଇ ସରିଛି ବୋଲି ସେ ସୂଚନା ଦେଇଛନ୍ତି ।
ଭାରତରୁ ଚୋରି ହୋଇ ବିଦେଶକୁ ଚାଲିଯାଇଥିବା ଓ ପରେ ପୁଣି ସ୍ୱଦେଶ ଫେରିଥିବା ପ୍ରସିଦ୍ଧ 14ଟି ମୂର୍ତ୍ତିକୁ ମଧ୍ୟ ସଂସଦର ବିଶିଷ୍ଟ ସ୍ଥାନରେ ରଖାଯିବ । ଏହି ମୂର୍ତ୍ତି ଗୁଡିକ ଅତ୍ୟନ୍ତ ପ୍ରାଚୀନ ଓ ଏଗୁଡିକୁ ତସ୍କରୀ କରି ବିଦେଶରେ ବିକ୍ରୀ କରି ଦିଆଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ଏହି 14ଟି ମୂର୍ତ୍ତିକୁ ପୁଣି ଥରେ ସ୍ୱଦେଶ ଫେରାଇ ଅଣା ଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
