ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଆବାସ ପାଇଁ ପଞ୍ଚାୟତ ଅଫିସରେ ତାଲା

ଅର୍ଗସ ବ୍ୟୁରୋ : ଆବାସ ପାଇଁ ପଞ୍ଚାୟତ ଅଫିସରେ ତାଲା l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ପଞ୍ଚାୟତ କାର୍ଯ୍ୟାଳୟ କୁ ମାରିଲେ ତାଲା l ବୋଡେ଼ନ ବ୍ଲକ ସର୍ଗିମୁଣ୍ଡା ଗାଁର ମଦନ ସିଂ ମାଝୀ ଏବଂ କେଶବ ଚିନ୍ଦା କର୍ଲାକୋଟ ପଞ୍ଚାୟତ ଅଫିସ କୁ ତାଳା ମାରି ଧାରଣା ରେ ବସିଛନ୍ତି l ଅଭିଯୋଗ ଅନୁସାରେ ଦୁଇ ଜଣଙ୍କ ମାଟି ଭଙ୍ଗା ଘର ଥିବା ବେଳେ ଆଗରୁ ଲିଷ୍ଟ ଥିଲା ଏବଂ ପରେ ତାଲିକା ରେ ତାଙ୍କ ନା ନ ଥିବାରୁ ପଞ୍ଚାୟତ ଅଫିସକୁ ତାଲା ମାରି ଧାରଣାରେ ବସିଛନ୍ତି l ଆବାସ ଯୋଜନା ରେ ସାମିଲ କରିବା କୁ ଦାବୀ କରି ଜିଦ ଧରୁଛନ୍ତି ଦୁଇ ଜଣ l ସେପଟେ ପଞ୍ଚାୟତ ଅଫିସ ରେ ତାଲା ପଡିବାରୁ ପଞ୍ଚାୟତ ଅଫିସ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଛି l
Download Argus News App
