ଗଣପତି ହୋମ୍ସ ନାଁରେ ଫ୍ଲାଟ ଦେବାକୁ କହି କୋଟି କୋଟି ଟଙ୍କା ଠକୁଥିଲେ l ଜମାକାରୀଙ୍କୁ 2018 ସୁଦ୍ଧା ଘର ଦେବାକୁ ଚୁକ୍ତି କରିଥିଲେ l କଳିଙ୍ଗ ଷ୍ଟୁଡିଓ ନିକଟରେ ଲିଟିଗେସନ ଫ୍ରି ଫ୍ଲାଟ ଯୋଗାଇ ଦେବାକୁ କହିଁଥିଲେ l 2013-16 ମଧ୍ୟରେ 42 ଜଣ ଲୋକଙ୍କ ପାଖରୁ 20 କୋଟି ଟଙ୍କା ନେଇଥିଲେ l ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାମ ହୋଇନଥିଲା l
ଶସ୍ତାରେ ଫ୍ଲାଟ ଦେବାକୁ କହି ଠକୁଥିଲେ ଲୋକମାନଙ୍କୁ l ଓଡିଶା ହୋମ ଆଣ୍ଡ ପ୍ରା. ଲିମିଟେଡ଼ର ଆଶୀଷ୍ଟାଣ୍ଡ ଡାଇରେକ୍ଟର ସରୋଜ ପଣ୍ଡାକୁ ମଧ୍ୟ ଗିରଫ କରାଯାଇଛି l ଘଟଣାର ତଦନ୍ତ ଜାରି ରହିଛି l ସୂଚନାନୁଯାୟୀ ମନୋଜ ଏବଂ ସରୋଜ ଜୟପୁରର ବାସିନ୍ଦା l ଏଠାରେ ଠକି ଥିବା ଟଙ୍କାକୁ ନେଇ ଜୟପୁରରେ ନିଜର ଏକ ଘର ତିଆରି କରିବାରେ ବିନିଯୋଗ କରିଥିଲେ l