ଏହିପରି ଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚୋରି ହେଉଛି। ହେଲେ ପୋଲିସର କାର୍ଯ୍ୟକାରିତା ଉପରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଅର୍ଗସ ବ୍ୟୁରୋ: ଗହଣା ଦୋକାନରୁ ଲୁଟ। ବାଲେଶ୍ବର ଜଳେଶ୍ଵର ଥାନା ଆମ୍ବୁଳି ଅଠା ଛକରେ ଥିବା ଗହଣା ଦୋକାନୀ ଜିତେନ୍ କୁମାର ରଣାଙ୍କ ନବ ଦୁର୍ଗା ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଗତକାଲି ରାତିରେ ସଟର ତାଡି ଦୁର୍ବୃତ୍ତମାନେ ୭ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଏନେଇ ଦୋକାନୀ ମାଲିକ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ପହଞ୍ଚି ତଦନ୍ତ କରୁଛି।
ଏହିପରି ଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚୋରି ହେଉଛି। ହେଲେ ପୋଲିସର କାର୍ଯ୍ୟକାରିତା ଉପରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।