ଶ୍ରୀରାମ ନବମୀ ପାଇଁ ସୋରରେ ବିଶାଳ ଶୋଭାଯାତ୍ରା
ଗହଣା ଦୋକାନରୁ ଲୁଟ, ଜଣେ ଅଟକ

ଭଦ୍ରକ: ଦିନ ଦ୍ୱିପ୍ରହରରେ ଦୋକାନୀକୁ ଚକମା ଦେଇ ଗହଣା ଲୁଟିନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗରଠାରେ । ଧାମନଗର ଥାନା ବଡ଼ ବଜାର ସ୍ଥିତ ମା ଖରାଖାଇ ଜୁଏଲାରି ଦୋକାନରୁ ୩୦ ଗ୍ରାମ ସୁନା ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା ।
ଦୋକାନି ଜଣକୁ ଅଟକ ରଖି ପୋଲିସକୁ ଜିମାଦେଇଛନ୍ତି ଦୋକାନି କାର୍ତ୍ତିକ ସାହୁ । ଲୁଟେରା ୩ ଜଣ ନୁଆପଡା ଅଞ୍ଚଳର ବୋଲି ଜଣାପଡ଼ିଛି । ଲୁଟେରା ସଜାଦ ହୋସେନକୁ ଅଟକ ରଖି ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି ।
Download Argus News App
