ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଢ଼େଙ୍କାନାଳ: ବନ୍ଧୁକ ଦେଖାଇ ଲୁଟ । ପରଜଙ୍ଗ ଥାନା ଜରଡ଼ା ନିକଟରେ ଚାରି ଜଣ ଦୁର୍ବୁତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା, ମୋବାଇଲ ଓ ଏଟିଏମ । ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ ନିଜର କାମସାରି କାମାକ୍ଷାନଗରରୁ ନିଜ ଗାଁ ଜଣେ ସାଙ୍ଗଙ୍କ ସହ ଫେରୁଥିବାବେଳେ ଜରଡ଼ା ଘାଟି ନିକଟରେ ଚାରି ଜଣ ଦୁର୍ବୁତ୍ତ ଦୁଇଟି ମୋଟର ସାଇକେଲ ଯୋଗେ ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଅତର୍କିତ ଭାବେ ଲୁଟ କରିଥିଲେ ।
ବିଶ୍ୱଜିତ ଓ ତାଙ୍କ ସାଙ୍ଗ କୁ ଡରାଇ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଓ ପର୍ସ ଲୁଟି ନେଇଥିଲେ । ଲୁଟି ନେଇସାରି ସେମାନେ ଫେରାର ହେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଡୋଲିଆ ଛକ ନିକଟରେ କିଛି ସ୍ଥାନୀୟ ଲୋକ ଦୁଇ ଦୁର୍ବୁତ୍ତଙ୍କୁ ଧରି ପୋଲିସ ଜିମା ଦେବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଦୁର୍ବୁତ୍ତ ଦୁଇ ଜଣଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।