ଏହାସହ ଇଛାବତିଗୁଡା ଠାରେ ରହୁଥିବା ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଘର ଝରକା ଭାଙ୍ଗି ସୁନା ଓ ଟଙ୍କା ଚୋରି କରି ନେଇଛନ୍ତି। ମିରଗାନଗୁଡାର ଚୌଧୁରୀ କଲୋନିରେ ରହୁଥିବା ଠିକାଦାର ବିବେକ ଚୌଧୁରୀଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଭରିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଓ କିଛି ପାଟ ଶାଢ଼ୀ ଚୋରି ହୋଇଛି।
ଦିନ ଦିପହରରେ ୨ ଜଣ ଠିକାଦାର ଏବଂ ରାତିରେ କଂଗ୍ରେସ ନେତାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଦିନ ଦିପହରରେ ୨ ଜଣ ଠିକାଦାର ଏବଂ ରାତିରେ କଂଗ୍ରେସ ନେତାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଠିକାଦାରଙ୍କ ଘରେ କଳାକନା ବୁଲାଇ ଦୁର୍ବୃତ୍ତ ଘରୁ ବାହାରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନବରଙ୍ଗପୁର ସହର ଉପକଣ୍ଠ ମିରଗାନଗୁଡାରେ ଥିବା ଠିକାଦାର ବିବେକ ଚୌଧୁରୀ ଓ ତାଙ୍କ ଘରେ ଭଡାରେ ଥିବା ଭାରତୀ ଭୂଷଣ ସାହୁଙ୍କ ଘରେ ତାଲା ଭାଙ୍ଗି ସୁନା ଓ ଟଙ୍କା ଚୋରି କରି ନେଇଛନ୍ତି ଲୁଟେରା ।
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
