ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବିଏସଏଫ୍ ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଆଇଜି ଧନେଶ୍ୱର କୁମାର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୦ଜଣ ଯବାନ ସାମିଲ ହୋଇଥିଲେ । ଏହାସହ ବିଏସ୍ଏଫ୍ ଆଇଜି ମଧ୍ୟ ନିଜେ ରକ୍ତଦାନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଟ୍ରାପରେ କଏଦ ହେଲା କଳା ରଙ୍ଗର ବାଘ।
On going camera trap tiger census in Odisha is throwing up some exciting & unexpected presence of wild fauna in our state. pic.twitter.com/zRGnh9tcIv — Susanta Nanda (@susantananda3) November 29, 2023
ଏନେଇ ଟିଇଟ୍ କରି ସୂଚନା ଦେଲା ପିସିସିଏଫ୍। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଯାଇଥିବା କହିଲେ ପିସିସିଏଫ୍ । ପୂର୍ବରୁ ଶିମିଳିପାଳରେ କଳାଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ଏବେ ପୁଣି କଳା କଲରା ପତ୍ରିଆ ବାଘ ଦେଖା ଯାଇଛି। ପୂର୍ବରୁ କଳା ମହାବଳ ଦେଖା ଯାଇଥିଲା ଶିମିଳିପାଳରେ।