ବ୍ରାହ୍ମଣ ସେବାୟତଙ୍କ ପ୍ରତି ଅପମାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ଆର୍ ଏସ୍ ବି ଏସ୍
ଅର୍ଗସ ବ୍ୟୁରୋ : କଟକ ସ୍ଥାନୀୟ ଖାନନଗର ଶ୍ରୀ ଶ୍ରୀ ପୁରୁଷୋତମ ଜୀଉ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ସେପ୍ଟେମ୍ବର ଶୁକ୍ରବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ୭ ଘଣ୍ଟା ବିଳମ୍ବ ତଥା ସକାଳର ସୂର୍ଯ୍ୟପୂଜା ସଂଧ୍ୟାରେ ସଂପନ୍ନ ହେବା ଘଟଣା ଏବଂ ଶ୍ରୀମନ୍ଦିରର ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତଙ୍କ ପ୍ରତି ହୋଇଥିବା ଅପାମାନକୁ ତୀବ୍ର ନିନ୍ଦା କରିଛି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନ (ଆରଏସବିଏସ) । କିଛି ମୁଷ୍ଟମେୟ କୁସଂସ୍କାରୀଙ୍କ ପାଇଁ ଏପରି ଅଘଟଣ ହୋଇଛି । ଶ୍ରୀମନ୍ଦିର କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ । ଏହି ଘଟଣା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ତୀବ୍ର ନିନ୍ଦା କରି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡିତ ପରମାନନ୍ଦ ଜ୍ୟୋତିଷୀ କହିଛିନ୍ତି ଯେ ଶ୍ରୀମନ୍ତିରରେ ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ପୁରୁଷ ପୁରୁଷ ଧରି ଶ୍ରୀରଜୀଉଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ସଂହାରୀ ପୁଷ୍ପାଳକ ହେଉଛନ୍ତି ମହାପ୍ରଭୁଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ । ଉଭୟ ବ୍ରାହ୍ମଣ ସେବାୟତ ହେଇଥିଲାବେଳେ ଶଙ୍ଖମିତ୍ର ସଂହାରୀ ମହାପ୍ରଭୁଙ୍କ ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ଶରତ ମହାପାତ୍ରଙ୍କ କନ୍ୟାଙ୍କୁ ବିବାହ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆରଏସବିଏସର ରାଷ୍ଟ୍ରୀୟ ପ୍ରବକ୍ତା ।
ଉଭୟଙ୍କ ବିବାହ ବୈଦିକ ରୀତିରେ ସଂପନ୍ନ ହୋଇଥିଲା । ଏହା ଶାସ୍ତ୍ର ସିଦ୍ଧ ଓ ନୀତି ସିଦ୍ଧ । ଏହି ବିବାହକୁ ଅନ୍ୟ ଜାତି କହି ବିଭ୍ରାନ୍ତ କରାଯାଉଛି । ଏଥିଯୋଗୁଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବା ଘଟଣା ଶ୍ରଦ୍ଧାଳୁଙ୍କ ପ୍ରତି କୁଠାରଘାତ ବୋଲି କହିଛନ୍ତି ଆରଏସବିଏସର ସଂପାଦକ ଡା. ଋଞ୍ଜିତ ଆଚାର୍ଯ୍ୟ । ଗ୍ରହବିପ୍ର ହେଉଛନ୍ତି ବ୍ରାହ୍ମଣ । ଏହା ଶ୍ରମନ୍ଦିରର ସତ୍ତ୍ୱ ଲିପିରେ ଉଲ୍ଲେଖ ରହିଛି । ଗ୍ରହବିପ୍ର ଅନ୍ୟ ଜାତିର ନୁହଁନ୍ତି । ସମସ୍ତ ଶାସ୍ତ୍ରରେ ଏହାର ପ୍ରମାଣ ରହିଛି । ବେଦବ୍ୟାସ ବଚନ କହେ ଅଗ୍ନିହୋତ୍ରୀ, ତଥା ବେଦୀ ଦୈବଜ୍ଞଃ ଶ୍ରୋତ୍ରୀୟଃ ଦ୍ୱୀଜାଃ । ଏଣୁ ଗ୍ରହବିପ୍ର ବ୍ରାହ୍ମଣ ଅଟନ୍ତି । ଏହା ନିଃସନ୍ଦେହ ବୋଲି କ଼ହିଛନ୍ତି ଆରଏସବିଏସର ସଭାପତି ପଣ୍ଡିତ ବିଜୟ ପାଟ୍ଟଯୋଶୀ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଣ୍ଡିତ ସନ୍ତୋଷ କୁମାର ନାୟକ, ବାସ୍ତୁବିତ ଶିବ ପ୍ରସାଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।