ନିରାକାରପୁର ଥାନା ଅନ୍ତର୍ଗତ ଗେଟ ବଜାର ଠାରେ ଥିବା କାନାରା ଏଟିଏମ ଭିତରେ ୪ତାରିଖ ବିଳମ୍ବିତ ରାତିରେ ଏକ କାରରେ ଲୁଟେରାମାନେ ଆସି ଏଟିଏମରେ ଲାଗିଥିବା ସିସିଟିଭିରେ କଳା ରଗଂ ବୋଳି ଏଟିଏମ ସିଗନାଲ ତାର କାଟି ଟଙ୍କା ଲୁଟିନେବାକୁ ଉଦ୍ୟମ କରୁଥିବା ବେଳେ ରାତ୍ର ଜଗୁଆଳି ପହଞ୍ଚି ଯିବାରୁ ଲୁଟେରା ମାନେ ଗାଡିରେ ବସି ଫେରାର ହୋଇଥିଲେ। ସେହିପରି ୫ତାରିଖ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡକ ଜଂକିଆ ବଜାର ନିକଟରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ କଟରରେ କାଟି ଟଙ୍କା ଲୁଟ କରି ନେଇଛନ୍ତି ଲୁଟେରା। ଏଟିଏମ ରେ ଲାଗିଥିବା ସିସିଟିଭିରେ କଳା ରଗଂ ମାରି ଗ୍ୟାସ କଟରେ କାଟି ସମସ୍ତ ଟଙ୍କା ଲୁଟିନେଲେ ଲୂଟେରା। ଘଟଣାସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଏଟିଏମ ଲୁଟେରା। ରାତିରେ ଏଟିଏମ ଭାଗିଂ ଗ୍ୟାସ କଟରରେ କାଟି ଏଟିଏମରୁ ଟଙ୍କା ଲୁଟି ନେଉଛନ୍ତି ଲୁଟେରା । ଦୁଇଦିନ ବ୍ୟବଧାନରେ ଦୁଇଟି ଏଟିଏମ ଭାଗିଂ ଲୁଟ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଗୋଟିଏ ଏଟିଏମରୁ ଲୁଟ କରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଗୋଟିଏ ଏଟିଏମ ଲୁଟରେ ବିଫଳ ହୋଇଛନ୍ତି ଲୁଟେରା। ପୋଲିସର ଢିଲା ପେଟ୍ରୋଲିଂ ଅଭାବରୁ ଅଟିଏମ ଲୁଟେରା ସକ୍ରିୟ ହୋଇଥିବା ଜଣାପଡିଛି।

ଅର୍ଗସ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର ପାଇଁ ଇସ୍ରାଏଲ କଲା ଉଡାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ. ଯାତ୍ରୀ ଓ ମାଲ ପରିବହନରେ ସକ୍ଷମ ସ୍ୱୟଂଶାସିତ ଡ୍ରୋନର ପ୍ରାରମ୍ଭିକ ପରୀକ୍ଷା ଇସ୍ରାଏଲ୍ ଆରମ୍ଭ କରିଛି . ସରକାରଙ୍କ ନେତୃତ୍ୱାଧୀନ ଏହି ପାଇଲଟ୍ ପ୍ରକଳ୍ପକୁ ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ନାମରେ ଜଣାଯାଏ। ଏହାର ଲକ୍ଷ୍ୟ ହେଉଛି ଏକ ଜାତୀୟ ଡ୍ରୋନ୍ ନେଟଓ୍ବାର୍କ ସୃଷ୍ଟି କରିବା ଏବଂ ଡ୍ରୋନ୍ ଡେଲିଭରି ପାଇଁ ଆକାଶକୁ ପ୍ରସ୍ତୁତ କରିବା . ମାଲ ପରିବହନ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସମେତ ନୂତନ ପ୍ରଯୁକ୍ତିର ବ୍ୟାପକ ଏବଂ ବହୁମୁଖୀ ପରୀକ୍ଷଣ ପାଇଁ ଏହା ହେଉଛି ବିଶ୍ୱରେ ପ୍ରଥମ ପଦକ୍ଷେପ।
ଅଧିକ ପଢନ୍ତୁ : ଇରାନର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ
ପରିବହନ ମନ୍ତ୍ରଣାଳୟ, ଇସ୍ରାଏଲ ଇନୋଭେସନ ଅଥରିଟି, ଆୟଲୋନ ହାଇୱେ ଲିମିଟେଡ ଏବଂ ଇସ୍ରାଏଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ଏକ ମିଳିତ ସହଯୋଗରେ ଏହି ପ୍ରକଳ୍ପ ଏଭଳି ପ୍ରଯୁକ୍ତିର ପ୍ରଥମ ବ୍ୟବହାରକୁ ଚିହ୍ନିତ କରିଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଇସ୍ରାଏଲ୍ ସ୍ୱୟଂଶାସିତ ଉଡ଼ାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ କରିଛି। ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଗତ ସପ୍ତାହରେ ସମଗ୍ର ଇସ୍ରାଏଲରେ ପରୀକ୍ଷାମୂଳକ ଉଡ଼ାଣରେ 11ଟି ଡ୍ରୋନ୍ ଅପରେଟିଂ ଏବଂ ଡେଲିଭରି କମ୍ପାନୀ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ: ଆଜି ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ। ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ। ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ।
ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି।
ଅଧିକ ପଢନ୍ତୁ ଖେଳ ଖବର

ନୂଆଦିଲ୍ଲୀ: ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ। ଯାହାର ଉଦ୍ଦେଶ୍ୟ ହେଉଛି ଖରାପ ଓ ଦୂଷିତ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ, ବର୍ତ୍ତମାନ ଅନେକ ଜିନିଷ ତିଆରିର ପ୍ରଣାଳି ବଦଳି ଯାଇଛି। ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ତାରିଖ ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ।
୨୦୧୭ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ ସମ୍ମିଳନୀର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକଳ୍ପକୁ ସମର୍ଥନ ଜଣାଇଥିଲା। ଏହା ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ସଂକଳ୍ପ ରଖାଯାଇଥିଲା, ଯାହା ସାଧାରଣ ସଭା (UNGA) ଦ୍ୱାରା ଗ୍ରହଣ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଜୁନ୍ ୭ ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏଥର ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି food standard save lives ଅର୍ଥାତ୍ ଜୀବନ ରକ୍ଷା କରେ ଖାଦ୍ୟର ମାନ।
ଅଧିକ ପଢନ୍ତୁ ଭାରତ ଖବର
