ସିସିଟିଭି ଫୁଟେଜରେ 5 ଜଣ ଲୁଟେରା ଅଛନ୍ତି । ସମସ୍ତେ ଲୁଙ୍ଗି ପିନ୍ଧି ଥିବା ବେଳେ ମୁଣ୍ଡରେ ଗାମୁଛା ଭିଡିଛନ୍ତି । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ଏଭଳି ଏକ ଗ୍ୟାଙ୍ଗ ସାମନ୍ତରାୟ ପୁର ଅଂଚଳରେ ଜଣଙ୍କ ଘରେ ପଶି ଲୁଟ କରିଥିଲେ । ସେହି ମାମଲାରେ ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସକୁ କିଛି ସୁରାକ ମିଳି ନଥିଲା ।