ଖୁଲମ ଖୁଲା ବାଲି ଲୁଟୁଛନ୍ତି ବାଲିମାଫିଆ । ରଘୁନାଥପଲ୍ଲୀ ବିଧାଯକ ସୁବ୍ରତ ତରାଇଙ୍କ ଖାସ ଲୋକ । ରାଉରକେଲା କୋଏଲ ନଦୀଘାଟରୁ ବେଆଇନ ବାଲି ଚୋରି । ନା ଅଛି ଟେଣ୍ଡର ନା ଅଛି ଅନୁମତି । ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି କି ପ୍ରଶାସନିକ ଅଧିକାରୀ? ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି କି ସ୍ଥାନୀୟ ପୋଲିସ? ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।
ରଘୁନାଥପଲ୍ଲୀ ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଖାସ ତଥା ସୁନ୍ଦରଗଫ ବିଜୁ ଜନତା ଦଳ ଏକଜିକ୍ୟୁଟିଭ ସଦସ୍ୟ ଗୌତମ ବାଡ଼ା । ଯାହାଙ୍କ ନାରେ ଆସିଛି ଦୀର୍ଘ ଦିନ ଧରି ବାଲି ଚୋରିର ସଙ୍ଗିନ ଏବଂ ସାଂଘାତିକ ଅଭିଯୋଗ। କେବଳ ଗୌତମ ନୁହଁନ୍ତି ଗୌତମଙ୍କ ସହ ବାଲି ଚୋରିରେ ବିଜେଡିର ଅନେକ କୁଜି ନେତା ସାମିଲ ଥିବା ମଧ୍ୟ ଅଭିଯୋଗ । ବର୍ଷ ବର୍ଷ ଧରି ବେଆଇନ ଭାବେ ସେକ୍ଟର 16 କୋଏଲ ନଦୀ ଘାଟରୁ ବେଆଇନ ଭାବେ ଚୋରି କରି ଆସୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବାଲି।
ସେକ୍ଟର 16 ବାଲି ଘାଟ ପାଇଁ ନା ହୋଇଛି କୌଣସି ଟେଣ୍ଡର ନା ମିଳିଛି କୌଣସି ଅନୁମତି। କିନ୍ତୁ ବେଆଇନ ଭାବେ ଉଠି ଚାଲିଛି ବାଲି। ଏହି ବାଲିଚୋରିରେ ଆରଆଇ, ତହସିଲଦାର, ପୋଲିସ ଠାରୁ ନେଇ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ସାମିଲ ଥିବା ଅଭିଯୋଗ ହୋଇଛି । କାରଣ ସେକ୍ଟର କଲୋନୀ ରାସ୍ତାରେ ବାଲି ବୋଝେଇ ଭାରି ଜାନ ଯିବା ଆସିବା କରିବାର ନିୟମ ନାହିଁ । ଆଉ ଟଙ୍କା ନେଇ ଆରଏସପିର ବରିଷ୍ଠ ଅଧିକାରୀ ଚୁପ ବସିଥିବାର ସଙ୍ଗୀନ ଅଭିଯୋଗ । ଅଭିଯୋଗ କଲେ ଗୁଣ୍ଡା ଲଗେଇ ବାଡେଇବାକୁ ଧମକ । ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି ବାଲି ମାଫିଆ । ଏପଟେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।
ହେଲେ ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ କାମ କରୁଛନ୍ତି ସ୍ଥାନୀୟ ତହସିଲଦାର? କାହା ସ୍ବାର୍ଥରେ କାମ କରୁଛି ପୋଲିସ ଅଧିକାରୀ ? ଅଭିଯୋଗ ପରେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ? ପରୋକ୍ଷରେ ବାଲି ମାଫିଆ ଓ ବିଜେଡି ନେତାଙ୍କୁ ସୁରକ୍ଷା ଦେଉନାହାନ୍ତି ତ ପ୍ରଶାସନିକ ଅଧିକାରୀ ?