ଯୁବକଙ୍କୁ ମରଣାତ୍ମକ ଆକ୍ରମଣ...
ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ସେଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ଅବସରରେ ଗୁପ୍ତ ସେବା ବିଧି ମଧ୍ୟ ରହିଛି। ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବାକୁ ଥିବା ଏହି ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ।