ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତି। ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଆଉ କିଛି ସମୟର ଅନ୍ତର ଭିତରେ 108 ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀବିଗ୍ରହ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାବାହୁ। ଭକ୍ତଙ୍କ ଗହଳିରେ ଫାଟି ପଡୁଛି ସମ୍ବଲପୁରର ରାଧା ମଦନ ଗୋପାଳ ମନ୍ଦିର। ଆଜି ଶ୍ରୀଜୀଉମାନେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ। କାଳିଆକୁ ଦେଖିବାକୁ ଆତୁର ଭକ୍ତ ।
ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତି। ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଆଉ କିଛି ସମୟର ଅନ୍ତର ଭିତରେ 108 ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀବିଗ୍ରହ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?