ଏପଟେ ଗଜପତିଙ୍କ କଡା ତାଗିଦ୍। ଯିଏ ମୋର ଧ୍ୟାନ ଭାଙ୍ଗିବ। ତା ଶରୀର ୩ ଖଣ୍ଡ କରାଯିବ। ଏଣୁ ମହାରାଜଙ୍କୁ ଧ୍ୟାନଚ୍ୟୁତ କରିବାକୁ କାହାରି ପାଖରେ ସାହସ ନାହିଁ। କିନ୍ତୁ ରାଷ୍ଟ୍ରରକ୍ଷା ମନ୍ତ୍ରୀଙ୍କ ଏକାନ୍ତ କର୍ତ୍ତବ୍ୟ। ବୁଦ୍ଧିମାନ ମନ୍ତ୍ରୀ କାହାଳୀଆ ସେବକଙ୍କୁ ଡାକିଲେ। ବିଜେ କାହାଳୀ ବଜାଇବାକୁ ନିର୍ଦ୍ଦେଶ ଦେଲେ। ବିଜେ କାହାଳୀ ବାଜିଲା କ୍ଷଣି ଗଜପତିଙ୍କ ଧ୍ୟାନ ଭଙ୍ଗ ହେଲା। ଶତ୍ରୁପକ୍ଷ ଆକ୍ରମଣ କରିବା ଜାଣିବା ପରେ ରାଜା ଯୁଦ୍ଧ ଅଭିଯାନ ଜୋର କରନ୍ତି। ହେଲେ ନିଷ୍ପତ୍ତି ମୁତାବକ ଧାନ ଭାଙ୍ଗିଥିବା ବ୍ୟକ୍ତିକୁ ଦଣ୍ଡିତ କରିବାକୁ ଖୋଜନ୍ତି। ମନ୍ତ୍ରୀ କୁହନ୍ତି, ମହାରାଜ ଏଇ କାହାଳୀ ଆପଣଙ୍କ ଧ୍ୟାନ ଭାଙ୍ଗିଛି। ଏଣୁ ତାକୁ ହିଁ ତିନିଗଡ଼ କରି କାଟିଦିଅନ୍ତୁ। ରାଜ ଆଦେଶରରେ ବିଜେ କାହାଳୀ ୩ ଖଣ୍ଡ ହୁଏ।
ହେଲେ ନିୟମ ମୁତାବକ କାହାଳୀ ହିଁ ଏ ଜାତୀ ଅସ୍ମିତାର ପ୍ରତୀକ। ଆମ ବିଜୟ ହେଲା, ଆମ ଦିଅଁ ବିଜେ କଲେ କି ଆମ ରାଜା ବିଜେ କଲେ ଏହି କାହାଳୀ ବାଜେ। ହେଲେ ଏଇ କାହାଳୀ ୩ ଗଡ ହୋଇଯିବାରୁ କାହାଳୀଆ ସେବକ ମ୍ରିୟମାଣ ହେଲେ। କାଳିଆଠାକୁରଙ୍କୁ ନିଉଛାଳି ହେଲା। ମହାପ୍ରଭୁଙ୍କ ଆଦେଶରେ ୩ ଗଡ଼ ହୋଇ ୪ ଖଣ୍ଡ ହୋଇଥିବା କାହାଳୀରେ, ବଡ଼ ଠାକୁରଙ୍କ ଶିରିକାପଡା ଗୁଡିଆ ହେଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ କଟା ବିଜେ କାହାଳୀ ପୁଣି ବାଜିଲା । ଏହି କାହାଣୀର ନିଦର୍ଶନ ଭାବେ ଆଜି ବି ଠାକୁରଙ୍କ ବିଜେ କାହାଳୀ ୪ ଖଣ୍ଡ ଯୋଡା ହୋଇ ସେବାରେ ଖଟେ। ସିଏ ବାଜିଲେ ଦିଅଁ ବିଜେ କରନ୍ତି।
ବିଦ୍ର : ଏହି କାହାଣୀରେ ଗଜପତିଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଥିବାରୁ ନାଁଟି ଦେଲୁନାହିଁ।
ଆଲେଖ୍ୟ : ମିହିର ପଟ୍ଟନାୟକ