ମହାପ୍ରଭୁଙ୍କ ଏହି ଅବଢ଼ା ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଥାଏ । ଆଉ ଏହି ଉତ୍କଣ୍ଠାର ଏବେ ପରିସମାପ୍ତି ଘଟିଛି । ଆଡ଼ପ ଅବଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ବ୍ୟବସ୍ଥା ହୋଇଛି । ବସଷ୍ଟାଣ୍ଡ ଓ ଉତ୍ତରଦ୍ବାର ନିକଟରେ ଭକ୍ତଙ୍କ ପାଇଁ ୨ଟି ସେଡ୍ କରାଯାଇଛି । ଭକ୍ତଙ୍କ ପାଇଁ ପର୍ୟ୍ୟାପ୍ତ ମହାପ୍ରସାଦ ଥିବା ବେଳେ ଏହା ସୁଲଭ ମୂଲ୍ୟରେ ମିଳିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି । ତେବେ ଆଡ଼ପ ମଣ୍ଡପରେ ୩ ଠାକୁର ଅବସ୍ଥାନ କରିଥିବା ବେଳେ ଭକ୍ତଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।