ଭକ୍ତ ଓ ଭଗବାନଙ୍କ ମହା ମିଳନ ଆଜି ହୋଇଛି । ପ୍ରଥମେ ବୌଦ୍ଧ ଜିଲ୍ଲାର ସୀମାନ୍ତ ବଦଲା ଗ୍ରାମରେ ଦିବ୍ୟରଥଚକ ପହଞ୍ଚିବା ପରେ ଅଞ୍ଚଳବାସୀ ଧୂପ ଦୀପ ପୁଷ୍ପ ଅର୍ପଣ ପୂର୍ବକ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ କରି ମହାପ୍ରଭୁଙ୍କ ଚକକୁ ବିରାଟ ପଟୁଆର ସହିତ ସୁସଜ୍ଜିତ ଦିବ୍ୟରଥ ଚକକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲାର ଆଡେଣିଗଡ଼,ଚାରିଛକ,ଠିଡିକାଜୋର,ପୁରୁଣାକଟ,ଲୁଣିବାହଲ, ବିରନରସିଂପୁର ର ର ବିଭିନ୍ନ ଛକରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଛକକୁ ଭବ୍ୟ ସ୍ୱାଗତ କରିଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ସୂଚନା ଥାଉକି ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ବୌଦ୍ଧ ବନଖଣ୍ଡରୁ ପ୍ରତିବର୍ଷ। 70 ପ୍ରତିଶତ ରଥକାଠ ପ୍ରେରଣ କରାଯାଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ । ବୌଦ୍ଧକୁ ନନ୍ଦୀଘୋଷ ଦିବ୍ୟରଥଚକକୁ ପ୍ରେରଣ କରିଛନ୍ତି ଏହି ଦିବ୍ୟରଥ ଚକ ଆଠ ଟନ ରହିଛି ।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟଞ୍ଜୟ ମିଶ୍ର,ହରଭଙ୍ଗା ବିଡିଓ ସ୍ୱପ୍ନିତା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ଏହି ଦିବ୍ୟରଥ ଚକ ଜିଲ୍ଲାର ସର୍ବପୁରାତନ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯିବ । ଆଜି ଚକ ଆସିବାପରେ ଶ୍ରୀଜଗନ୍ନାଥ ମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସ୍ଥାନେ ସ୍ଥାନେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: