ଯାହା ସମ୍ପୁର୍ଣ୍ଣ ସ୍ୱୟଂଚାଳିତ ଥିଲା। ଗୋଟିଏ ତୀରରେ ଶତ୍ରୁ ପକ୍ଷକୁ ନିର୍ଦ୍ଧିଷ୍ଟ କରିବା, ୨ୟ ତୀରରେ ନିରପରାଧଙ୍କୁ ସୁରକ୍ଷିତ ରଖି ୩ୟ ତୀରରେ ସମସ୍ତ ଶତ୍ରୁଙ୍କୁ ନିପାତ କରିବାର ଶକ୍ତି ରଖିଥିଲା ଏହି ୩ ତୀର।
ଯାହା ଜାଣିବା ପରେ ଭଗବାନ ଶ୍ରୀକୃଷ୍ଣ ଦ୍ୱନ୍ଦ୍ୱରେ ପଡିଲେ। କାରଣ ସେ ଧର୍ମଯୁଦ୍ଧ ଚାହୁଁଥିଲେ । କାହାକୁ କେବଳ ବଧ କରିବା ତାଙ୍କର ପ୍ରମୁଖ ଅଭିପ୍ରାୟ ନ ଥିଲା। ଏଣୁ ଭଗବାନ ଶ୍ରୀକୃଷ୍ଣ ଭାବିଥିଲେ ବର୍ବରିକଙ୍କ ଲାଗି ମହାଭାରତ ଯୁଦ୍ଧ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚି ପାରିବ ନାହିଁ। ଗୋଟିଏ କ୍ଷଣରେ ଯୁଦ୍ଧ ସରିଗଲେ, କେହି ନିଜର ତ୍ରୁଟି ବୁଝିପାରିବେ ନାହିଁ।
ଏଥିପାଇଁ ସେ ବର୍ବରୀକଙ୍କ ମସ୍ତକ ମାଗିଥିଲେ। ବର୍ବରୀକ ମଧ୍ୟ ନିଜ ମଥା କାଟି ଭଗବାନଙ୍କ ହାତରେ ସମର୍ପଣ କଲେ। ଭଗବାନ ଶ୍ରୀକୃଷ୍ଣ ତାଙ୍କର ତ୍ୟାଗ ଦେଖି ଏକ ପର୍ବତ ଶିଖରେ ତାଙ୍କର ମଥାକୁ ସ୍ଥାନୀତ କରି, ଜୀବିତ(କେବଳ ମଥାକୁ) କରିଥିଲେ। ଏବଂ କହିଥିଲେ ସେ ହିଁ ଏକମାତ୍ର ସମ୍ପୁର୍ଣ୍ଣ ମହାଭାରତ ଯୁଦ୍ଧର ସାକ୍ଷୀ ହେବେ।