ସେତେବେଳେ ସେମାନେ ଜଙ୍ଗଲ ରୁ ଫଳ ମୂଳ ସଂଗ୍ରହ କରୁଥିଲେ।ତେବେ ବିଭିନ୍ନ ପ୍ରକାରର ମାଟି ଜାତ ଦ୍ରବ୍ୟ ସଂଗ୍ରହ କରି ଭକ୍ଷଣ କରି ଖାଦ୍ୟ ରୂପେ ଗ୍ରହଣ କରୁଥିଲେ ଏଠାକାର ଆଦିବାସୀ ପରିବାର। ତେବେ ଗୋଟିଏ ଥର ମାଟି ଖୋଳୁଥିବା ବେଳେ ଲୁହା ଅସ୍ତ୍ର ଟି ଏହି ଶିବ ଙ୍କର ଲିଙ୍ଗ ରେ ବାଜିଥିଲା। ଯାହା କି ସେହି ଯାଗା ରେ କ୍ଷତ ହୋଇ ରକ୍ତ ପ୍ରବାହ ହୋଇଥିଲା। ପରେ ବଡ଼ମ୍ବା ରାଜା ଙ୍କୁ ଖବର ଦିଆ ଯାଇଥିଲା । ରାଜା ଆସି ଦେଖିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ତେବେ ପରେ ରାଜା ଙ୍କୁ ସ୍ୱପ୍ନାଦେଶ ହୋଇଥିଲା।
ମୋର ନାଁ ଖରାଖିଆ ମହାଦେବ ଏବଂ ମୋର ମୁଣ୍ଡ ଉପରେ କୌଣସି ପ୍ରକାର ର ମନ୍ଦିର ରହିବ ନାହିଁ। ସେ ଦିନ ଠାରୁ ମହାଦେବ ଏଠି ଖରାଖିଆମହାଦେବ ରୂପେ ପୂଜା ପାଉଛନ୍ତି। ଏବଂ ତାଙ୍କ ମୁଣ୍ଡ ଉପରେ କୌଣସି ପ୍ରକାର ର ମନ୍ଦିର ନାହିଁ। ପ୍ରଭୁ ଅନେକ ଲୋକଙ୍କୁ ରୋଗରୁ ଭଲ କରିଛନ୍ତି। ବଡ଼ମ୍ବା ଅଞ୍ଚଳରେ ଖରାଖିଆ ମହାଦେବ ଙ୍କର ଅନେକ ନାଁ ମଧ୍ୟ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: