ଓଡିଶା ମାଟିରେ ଆନ୍ଧ୍ରର ଦାଦାଗିରି
କୋରାପୁଟ: ବୃଦ୍ଧାଙ୍କ ଉପରେ ଗରମ ଚା ପକାଇଲେ ପୋଲିସ ବାବୁ। କୋରାପୁଟ ଜିଲ୍ଲା ଭେଜାପୁଟ ବଜାରରୁ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚା ଦେବାରେ ବିଳମ୍ବ ହେବାରୁ ପୋଲିସ ବାବୁ ରାଗି ବୃଦ୍ଧାଙ୍କ ପିଠିରେ ଗରମ ଚା ଢାଳି ଦେଇଥିବାର ଅଭିଯୋଗ ହୋଇଛି।
ଗରମ ଚା ପଡି ବୃଦ୍ଧାଙ୍କ ପିଠିରୁ ଚର୍ମ ଉଠିଆସିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ କହିବା ଅନୁସାରେ ଚା ଦେଲାବେଳେ ହାବିଲଦାର ଜଣଙ୍କ ତାଙ୍କ ପିଠିକୁ ଗରମ ଚା ପକାଇ ଦେଇଥିଲେ।