ମାତ୍ର ବିବାହ ପାଇଁ ଏବେ ରାଜି ହେଉନଥିବାରୁ ଘର ସମ୍ମୁଖରେ ଅଲି ଧାରଣା ଦେଇଛନ୍ତି । ଅଲିଙ୍କ ସହ ତାଙ୍କ ଘରେ ଶାରିରୀକ ସମ୍ପର୍କ ସ୍ଥାପନ ସମୟରେ ସଞ୍ଜୟ ଧରାପଡି ଦୁଷ୍କର୍ମ ଅଭିଯୋଗରେ ରେଡାଖୋଲ ଜେଲରେ ଥିଲେ । ମାତ୍ର କିଛିଦିନ ପରେ ଅଲି ଏବଂ ତାଙ୍କ ପରିବାର ଲୋକଙ୍କୁ ବୁଝାଇ ଶୁଝାଇ ବିବାହ ପାଇଁ ପ୍ରତିଶୃତି ଦେବାରୁ ଅଲିଙ୍କ ପରିବାର ଲୋକେ କୋହଳ ମନୋଭାବ ପୋଷଣ କରି ସଞ୍ଜୟଙ୍କୁ ଜେଲରୁ ବାହାର କରିଥିଲେ । ପରେ ବିବାହର ପ୍ରତିଶୃତି ଦେଇ ଘର ନିର୍ମାଣ ଏବଂ ଦୋକାନର ଉନ୍ନତି କରଣ ପାଇଁ ଟଙ୍କା ମାଗିବାରୁ ସଞ୍ଜୟକୁ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଅଲି ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତି ସମୟରେ ସଞ୍ଜୟ ଅଲିଙ୍କ ଫୋନ ରିସିଫ କରୁନଥିବା ବେଳେ ବିବାହ ପାଇଁ ରାଜି ହେଉନାହାନ୍ତି ।
ସଞ୍ଜୟଙ୍କୁ ସାକ୍ଷାତ କରି ବିବାହ ପାଇଁ ଅଲି ଜିଦ ଧରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବିବାହ ପାଇଁ ମନା କରିଦେଇଥିଲେ । ଫଲରେ ପ୍ରତାରଣାର ଶିକାର ହୋଇଥିବା ଜାଣିପାରି ଅଲି ଗତକାଲି ଅପରାହ୍ନରେ ନିଜର ଭାଉଜ ଏବଂ ସମ୍ପର୍କୀୟ ମାନଙ୍କ ସହ ବାବରାକୋଟ ଗ୍ରାମକୁ ଆସି ପ୍ରେମିକ ସଞ୍ଜୟ ଏବଂ ତାଙ୍କ ମା’ଙ୍କ ସହ ଆଲୋଚନା କରି ବୋହୁର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । ମାତ୍ର ସେମାନେ ଏଥିରେ ରାଜି ନହେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ସଞ୍ଜୟ ସେଠାରୁ ଦୌଡି ଫେରାର ହୋଇଯାଇଥିଲେ । ପରେ ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକା ଅଲି ଧାରଣାରେ ବସି ରହିଛନ୍ତି ।
ଅନ୍ୟପଟେ ପ୍ରେମିକର ପରିବାର ଲୋକ କିଛି ଜାଣିନଥିବା ସଫେଇ ଦେଉଥିବା ବେଳେ ଗତକାଲି ଠାରୁ ସଞ୍ଜୟ ଘରକୁ ଫେରିନାହାନ୍ତି । ଘଟଣାସ୍ଥଳରେ ରିଆମାଳ ପୋଲିସ ପହଂଚି ବୁଝାସୁଝା କରୁଥିଲେ ମଧ୍ୟ ସ୍ତ୍ରୀ ସ୍ୱିକୃତୀ ନମିଳିବା ଯାଏଁ ଘର ସମ୍ମୁଖରେ ଧାରଣାରେ ବସି ରହିବି ବୋଲି ଅଲି ପ୍ରକାଶ କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।