କିଛି ବର୍ଷ ତଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ସୁଧିର ବେହେରା ସହ ପ୍ରଥମେ ଫେସବୁକରେ ସୋନାଲୀଙ୍କ ବନ୍ଧୁତା ହୋଇଥିଲା। ପରେ ପରେ ଏହି ବନ୍ଧୁତା, ପ୍ରେମ ଓ ପ୍ରେମ ବିବାହରେ ପରିବର୍ତ୍ତିତ ହୋଇଥିଲା । ଏପରିକି ସୁଧିରଙ୍କ କଥାରେ ସୋନାଲି ନିଜର ଲିଙ୍ଗ ପରିବର୍ତ୍ତନ ମଧ୍ୟ କରାଇଥିଲେ। ତଥାପି ଅମାନିଆ ସ୍ବାମୀର ମନ ମାନିଲାନି । ବିବାହର ୪ ବର୍ଷ ପରେ ନିଜର କିନ୍ନର ପତ୍ନୀଙ୍କୁ ଛାଡ଼ି ଛୁ କରିଥିଲା ସ୍ବାମୀ ସୁଧିର। ପ୍ରଥମ ଥର ଲାଗି ଏହି ଭଳି ଏକ ଘଟଣା କଟକ ସହରରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ସହର ସାରା ଚର୍ଚ୍ଚା ଜୋର୍ ଧରିଛି।
ପ୍ରେମ ବିବାହ କରି ପ୍ରତାରଣାର ଶିକାର ହେଲେ କିନ୍ନର

ଅର୍ଗସ ବ୍ୟୁରୋ : ଯାହାକୁ ପ୍ରେମ କଲେ ତା ପାଇଁ ଲିଙ୍ଗ ପରିବର୍ତ୍ତନ ମଧ୍ୟ କଲେ। ବିବାହ କରି ପ୍ରେମିକ ସାଜିଥିବା ସ୍ୱାମୀ ସୁଧୀର ବେହେରାକୁ ସମସ୍ତ ପ୍ରକାରର ଖୁସୀ ଦେଲେ ସୋନାଲୀ। ହେଲେ ସ୍ବାମୀ ଧୋକା ଦେଲା। ସୁନା ଅଳଙ୍କାର ସହ ଟଙ୍କା ନେଇ ଚମ୍ପଟ ମାରି ଅନ୍ୟ ଜଣଙ୍କୁ ବିବାହ କଲା। ଏଭଳି ଅଭିଯୋଗ କରି କଟକ ସୋନାଲୀ କିନ୍ନର ପ୍ରଥମେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲେ। ପୋଲିସ ତଦନ୍ତ କରି ସୁଧୀରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ସେ ଜେଲରେ ରହି ଜାମିନ ପାଇଁ କୋର୍ଟରେ ଆବେଦନ କରିଛି। ହେଲେ ପୋଲିସ ତା ବିରୋଧରେ କୋହଳ ଦଫା କାହିଁକି ଲଗେଇଛି ବୋଲି ପ୍ରଶ୍ନ କରିଛନ୍ତି ସୋନାଲୀ କିନ୍ନର। ସୁଧୀରର ଜାମିନ ଆବେଦନ ଖାରଜ ପାଇଁ କୋର୍ଟରେ ପିଟିସନ ଦାଖଲ କରିବା ସହ ତାକୁ କଠୋର ଦଣ୍ଡ ଦେବାପାଇଁ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
Download Argus News App
