ଅଭିଯୋଗ ଅନୁସାରେ ସୋର ଥାନା ସବିରା ଅଂଚଳର ଅବିନାଶ ପରିଡା ହାଇଦ୍ରାବାଦର ଏକ ରେସ୍ତୋରାଂରେ କାମ କରନ୍ତି । ସେହି ରେସ୍ତୋରାଂରେ ବିହାର ଅଂଚଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟେ ଗତ ବର୍ଷ ଡିସେମ୍ବର ମାସରେ ମନ୍ଦିରରେ ଓ ଚଳିତ ବର୍ଷ ଜାନୁଆରୀ ମାସ ୨୦ ତାରିଖରେ କୋର୍ଟ ବିବାହ କରିଥିଲେ ।
ମାତ୍ର ଗତ ୪ ତାରିଖରେ ଅବିନାଶ ଉକ୍ତ ଯୁବତୀଙ୍କର ଲାପଟପ୍ ,ମୋବାଇଲ, କିଛି ଗହଣା ଓ ନଗଦ ୬୦ ହଜାର ଟଙ୍କା ନେଇ ନିଜ ଗାଁକୁ ପଳେଇ ଆସିଥିବା ନେଇ ମହିଳା ଜଣଙ୍କ ଜାଣିବାବାକୁ ପାଇଲେ । ଏହା ପରେ ସେ ତାଙ୍କ ସହ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହେବାରୁ ସୁଦୂର ହାଇଦ୍ରାବାଦରୁ ଆସି ସନ୍ଧ୍ୟାରେ ସୋର ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୋର ପୁଲିସ ଯୁବତୀ ଜଣଙ୍କୁ ସୁଧାର ଗୃହରେ ରଖିବା ସହିତ ଅଭିଯୋଗ ମୂଳେ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି ।