ଅପରାଧ ଖବର ଆହୁରି ପଢନ୍ତୁ
ଝୁଲି ପଡିଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସାଲିଆ ସାହିରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ମୃତ ପ୍ରେମୀ ଯୁଗଳ ହେଲେ ଚିତ୍ରସେନ ଗୌଡ଼ ଓ ପି.ବର୍ଷା ରେଡି । ମୃତ ଯୁବକଙ୍କ ଘର ବିଜୟୱାଡା । ସାଲିଆ ସାହିରେ ରହୁଥିବା ମାଧବ ରେଡି ଓ ତାଙ୍କ ପତ୍ନୀ ଗତକାଲି କାମକୁ ଯାଇଥିବା ବେଳେ 16 ବର୍ଷର ଝିଅ ବର୍ଷା ଘରେ ଥିଲେ । କାମରୁ ଫେରି ଆସିବା ବେଳେ ଘର ଭିତରେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତଦନ୍ତ ବେଳେ ଉଭୟ ପ୍ରେମୀ ଯୁଗଳ ବୋଲି ଜଣାପଡିଛି । ତେବେ କେଉଁ କାରଣ ପାଇଁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।
Download Argus News App
