ଏଇ ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧିନ ପୁଟୁରା ପଞ୍ଚାୟତ ଦକ୍ଷିଣ ପୁଟୁରା ଗ୍ରାମର। ବାସୁଦେବ ସାନ୍ତ୍ରା ଙ୍କ ଝିଅ ସହିତ ବାଲି ସାହି ଗ୍ରାମର ରବିନ୍ଦ୍ର ସାମନ୍ତଙ୍କ ପୁଅ ନିଲୁ ସାମନ୍ତ ଙ୍କ ସହିତ ଦିର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା । ହେଲେ ପୁଅ ଝିଅ ର ଲୁଚା ଲୁଚି ପ୍ରେମ ଘର ଲୋକ ଦେଖି ଦେଲେ। ଆଉ ସିଧା ଅଟକ ରଖି ଥାନାରେ ଦେଇ ଥିଲ। ଥାନା ASI ଲମ୍ବୁ ଧର ମୁର୍ମୁର୍ ଉଭୟ ପ୍ରେମି ଯୁଗଳଙ୍କ ଉଭୟ ବୟସ ହେଇଥିବା ବେଳେ ଉଭୟ ପିତା ମାତା ଙ୍କ ସହ ମତିରେ ସ୍ଥାନୀୟ ମନ୍ଦିରରେ ବିବାହ କରିଦେଲେ ତେବେ ଏଇ ବିବାହରେ ଉଭୟ ପକ୍ଷର ମୁରବି ଉପସ୍ଥିତ ଥିବା ବେଳେ ପୁଟୁରା ପଞ୍ଚାୟତର ସରପଞ୍ଚ ରାଧା କୃଷ୍ଣ ବେହେରା ମଧ୍ୟ ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶ୍ରିବାଦ ଦେଇ ଥିଲେ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ