ଏଥିସହ ଆଜିଠୁ ୩ ଦିନ ରାଜ୍ୟରେ ଭାରି ବର୍ଷା।ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲା କୁ ୟଲୋ ୱର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ଅର୍ଥାତ୍ ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ସେହି ୪ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର,ଭଦ୍ରକ, କେଉଁଝର,ମୟୁରଭଞ୍ଜ। ସେହିପରି ଆସନ୍ତାକାଲି ଠୁ ବଢିବ ବର୍ଷାର ପରିମାଣ।୭ରୁ ୨୦ ସେମି ବର୍ଷା ନେଇ ଯାଜପୁର,ବାଲେଶ୍ବର,ଭଦ୍ରକ, କେଉଁଝର,ମୟୁରଭଞ୍ଜ କୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତାକାଲି ଠାରୁ ଭୁବନେଶ୍ଵର କଟକ ର ପାଗ ବଦଳିବ ।ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସହ ବିସ୍ତୃତି ବର୍ଷା ସମ୍ଭାବନା।
ଅଧିକ ପଢନ୍ତୁ ଓଡ଼ିଶା ଖବର