୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୭ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ପାଣିପାଗର ପୂର୍ବାନୁମାନ ପରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଧ୍ୟ ପରାମର୍ଶ ଜାରି ହୋଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତ ରିହବାକୁ କୁହାଯାଇଛି । ଲୋକଙ୍କୁ ମଧ୍ୟ ସୁରକ୍ଷିତ ରହିବା ସହ ବଜ୍ରପାତ ସମୟରେ ବାହାରକୁ ନ ବାହାରିବା ପାଇଁ ସତର୍କ କରିଛନ୍ତି SRC । ୧୬ ତାରିଖ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବ । ୧୭ ଓ ୧୮ରେ ବର୍ଷାର ପରିମାଣ କମିବା ସହ ୧୯ରୁ ପୁଣି ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର