ଲମ୍ପି ସ୍କିନ ଡିଜିଜ୍ କୁ ସ୍ୱତନ୍ତ୍ର ମାର୍ଗ ଦର୍ଶୀକା ଜାରି କଲା ପ୍ରାଣୀ ସମ୍ପଦ ବିଭାଗ । ସୀମାନ୍ତ ଜିଲ୍ଲା ଗୁଡିକରେ ବ୍ଲକ ଓ ଗ୍ରାମ ଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ 5 କିମି ପରିଧି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ଲଗାଯାଇଛି । ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ମଧ୍ୟ ରୋକ ଲାଗିଛି ।
ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି । ଯାହାଙ୍କ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସରେ ରଖିବାକୁ ନିର୍ଦେଶ ଦିଆଯାଇଛି । ନମୂନା ସଂଗ୍ରହ କରି ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।