ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ ପଦ୍ମ ଫୁଲ ଉପରେ ଶିଶୁକନ୍ୟାଟିଏ ଖେଳୁଥିବା ଦେଖିଲେ। ଏ ନେଇ ସ୍ବାମୀ ବୃଷଭାନୁଙ୍କୁ କହିବା ପରେ ଉଭୟେ କନ୍ୟାଟିକୁ ସଯତ୍ନରେ ଗୃହକୁ ଆଣିଲେ। ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଶିଶୁକନ୍ୟା ଆଖି ଖୋଲିଲେ ନାହିଁ। କିନ୍ତୁ ଯେଉଁଦିନ ବାଳକୃଷ୍ଣଙ୍କୁ ଧରି ମା’ ଯଶୋଦା ବୃଷଭାନୁଙ୍କ ଘରକୁ ଆସିଲେ, ସେହିଦିନ କୁନି ରାଧାରାଣୀ ଚକ୍ଷୁ ଖୋଲି କୃଷ୍ଣ ଦର୍ଶନ କରି ଆନନ୍ଦିତ ହୋଇଥିଲେ।
ଆଜି ହେଉଛି ପବିତ୍ର ରାଧାଷ୍ଟମୀ, ଭାଦ୍ରକ ମାସ ଶୁକ୍ଳ ଅଷ୍ଟମୀ ତିଥି। ଆଜିର ତିଥିରେ ମା’ ରାଧାଙ୍କ ଉତ୍ପତ୍ତି ହୋଇଥିବା ପୂରାଣରେ ବର୍ଣ୍ଣନା କରିଛି।
ପଦ୍ମପାଖୁଡାରେ ଜନ୍ମ ନେଇଥିଲେ ମା’ ରାଧାରାଣୀ

ଅର୍ଗସ୍ ବ୍ୟୁରୋ : ପ୍ରଭୁ କୃଷ୍ଣଚନ୍ଦ୍ରଙ୍କ ଭଳି ମା’ ରାଧାରାଣୀ ମଧ୍ୟ ଆମ ହିନ୍ଦୁ ସମାଜର ପରମ ଆରାଧ୍ୟା। ବୈଷ୍ଣବୀୟ ଚେତନାରେ ‘ରାଧା’ର ଅର୍ଥ ଆରାଧୟତି ଇତି ରାଧା। କୃଷ୍ଣଙ୍କ ଭକ୍ତିରେ ତଲ୍ଲୀନ ରହୁଥିବାରୁ ମା’ ରାଧାଙ୍କ ନାମକରଣ ଏପରି ହୋଇଛି। ହେଲେ ଅଧିକାଂଶ ଲୋକେ ଜାଣନ୍ତି ନାହିଁ ଯେ, ମା’ ରାଧାଙ୍କ ଜନ୍ମ କିପରି ହୋଇଥିଲା।
Download Argus News App
