ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ମା ତାରାତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଯାତ୍ରା
ଆଜି ପ୍ରଥମ ଦିନରେ ମା'ଙ୍କୁ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃ ସମୟରେ ମାଙ୍କ ଦ୍ବାର ଫିଟା ନୀତି ପରେ ଅବକାଶ, ମଙ୍ଗଳ ଆଳତି, ମଇଲମ ଲାଗି ହେବା ପରେ ମହାକାଳୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସମସ୍ତ ସେବାୟତ ମାନେ ଉପସ୍ଥିତ ରହି ମାଙ୍କ ମହାଆଳତୀ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରଥମ ମଙ୍ଗଳବାରରେ ମା'ଙ୍କ ମହାକାଳୀ ବେଶ, ଦ୍ବିତୀୟ ମଙ୍ଗଳବାରରେ ମାଁ ମହା ସରସ୍ଵତୀ, ତୃତୀୟ ମଙ୍ଗଳବାରରେ ମହା ଲକ୍ଷ୍ମୀ ଓ ଶେଷ ମଙ୍ଗଳବାରରେ ମାଁ ମହିଷାମର୍ଦ୍ଧିନୀ ବେଶରେ ମାଁ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ଦେଇଛନ୍ତି ମାଙ୍କ ସେବାୟତ ।
ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ମା'ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତ ମାନଙ୍କୁ ଯେଭଳି କୈାଣସି ଅସୁବିଧା ନ ହୁଏ ସେଥିନିମନ୍ତେ ବରିଷ୍ଠ ପୋଲିସ ଅଧିକାରୀ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।ସେପଟେ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ଆସିକା ବିଜେ ମା ଖମ୍ବେଶ୍ୱରୀ ଠାକୁରାଣୀ ପୀଠରେ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ଶତାଧିକ ପିଲାଙ୍କ ମୁଣ୍ଡନ ହୋଇଥିବା ବେଳେ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ଥିଲା । ଆଜି ମା ଖମ୍ବେଶ୍ୱରୀଙ୍କ ପିଠରେ ପାରମ୍ପରିକ ରିତିନୀତି ଆନୁଯାୟୀ ମାଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରାତଃ କାଳରୁ ମା ଖମ୍ବେଶ୍ୱରୀ ଦେବୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ସେବା ପୂଜା କାର୍ଯ୍ୟ ସରିବା ପରେ ଭକ୍ତଙ୍କ ଉଦ୍ଧେଶ୍ୟରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା ।
ମନ୍ଦିର ସମ୍ମୁଖରେ ବିଭିନ୍ନ ପ୍ରକାରର ଅସ୍ଥାୟୀ ଦୋକାନ ମାନ ଖୋଲାଯାଇ ସେଠାରେ ପୂଜା ସାମଗ୍ରୀ ସୁବିଧାରେ ଭକ୍ତ ମାନଙ୍କୁ ମିଳିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଆସିକାର ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ପ୍ରଥମ ମଙ୍ଗଳବାରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ମାନସିକ ପୁରଣ ପାଇଁ ଶତାଧିକ ଶିଶୁଙ୍କ ମୁଣ୍ଡନ ହୋଇଛି ।