ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ତୃତୀୟ ଦିନରେ ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା । ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧା ମୂତ୍ତିର୍ରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ମା । ମା’ ନାଲି ପାଟବସ୍ତ୍ର ପରିଧାନ କରି ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ରାଜରାଜେଶ୍ଵରୀ ବେଶରେ ଦର୍ଶନ କଲେ ଭକ୍ତ କର୍ମକ୍ଷେତ୍ରରେ ବିଜୟୀ ହେବା ସହ ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞର ଆହୂତି ଓ ପୂଜା, ରୀତି ନୀତି ଚାଲିଛି. ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ, ନାମ ସଂକୀତ୍ତର୍ନ ମଧ୍ୟରେ ଏକ ନିଆରା ଆଧ୍ୟାମିକ ପରିବେଶ ସୃଷ୍ଟି ହୋଇଛି । ଚତୁର୍ଥ ଦିନରେ ମା’ଙ୍କର ସିଂହବାହିନୀ ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଚଳିତ ବର୍ଷ ପୀଠରେ ଆକର୍ଷଣୀୟ ସାଜସଜ୍ଜା ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିଛି ।
ଅଧିକ ପଢନ୍ତୁ ଓଡିଶା ଖବର...