ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ମଦନପୁର ରାମପୁର କର୍ଲାମୁଣ୍ଡା ଓ ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ଏହି ଦାବି କରିଛନ୍ତି ।
ଉପଖଣ୍ଡ ମାନ୍ୟତା ଦାବିରେ ଏକ ମାସ ଧରି ରାମପୁର ତହସିଲ ଅଫିସ ନିକଟରେ ଅନଶନ କରିଥିଲେ ସ୍ଥାନୀୟ ବାସିନ୍ଦା। ସମସ୍ତ ଦୃଷ୍ଟି କୋଣରୁ ମଦନପୁର ରାମପୁରରେ ରାଜସ୍ୱ ଉପଖଣ୍ଡ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ହେଲା ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ।