ବିନା ଭକ୍ତରେ କେବଳ ସାଧୁସନ୍ଥଙ୍କ ଉପସ୍ଥିତିରେ ହୋମଯଜ୍ଞ ଏବଂ ପୂଜାବିଧି ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ମାନେ ଯଜ୍ଞ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ମୀନାବଜାର, ଯାତ୍ରା ପରିବେଷଣକୁ ବାରଣ କରାଯାଇଥିବା ବେଳେ ବ୍ୟବସାୟୀ, ଯାତ୍ରାପ୍ରେମୀ ଏବଂ ଯାତ୍ରା କଳାକାରଙ୍କ ମଧ୍ୟ ନିରାଶା ଦେଖାଦେଇଛି।

ଭୁବନେଶ୍ଵର : ଆଜି ପବିତ୍ର ମାଘ ସପ୍ତମୀ, ଖଣ୍ଡଗିରିରେ ମାଘମେଳା ଆରମ୍ଭ। କୋରୋନା ମହାମାରୀ ଯୋଗୁ ବିଗତ ଦୁଇ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳା ଉପରେ କଟକଣା ଲଗାଯାଇଛି। ବିଏମସି ପକ୍ଷରୁ ଏନେଇ ଗାଇଡଲାଇନ ଜାରି କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯାଇଛି।

ଅର୍ଗସ ବ୍ୟୁରୋ : ଆତଙ୍କୀସ୍ତାନ ପାକିସ୍ତାନ । ନିଜର ଷଡଯନ୍ତ୍ର ଓ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଯେତିକି ବିବାଦୀୟ ଥାଏ ଏବେ ନିଜର ଦାରିଦ୍ର୍ୟତାକୁ ନେଇ ସେତିକି ଚର୍ଚ୍ଚାରେ । ଖାଇବା ମୁଣ୍ଡାଏ ପାଇଁ ମାଡପିଟ୍ । ସବୁର ଦର ଆକାଶ ଛୁଆଁ । ସଂକ୍ଷେପରେ ଏକ କାଙ୍ଗାଳ ରାଷ୍ଟ୍ର । କିନ୍ତୁ ଏସବୁ ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ଆଉ ଏକ ନୂଆ ଚାଲ୍ । ଚର୍ଚ୍ଚା ହେଉଛି ଦାରିଦ୍ର୍ୟତା ଦୂର କରିବା ଲାଗି ମୁସ୍ଲମାନ୍ ରାଷ୍ଟ୍ର ତୁର୍କି ଓ ସାଉଦି ଆରବକୁ ପାକିସ୍ତାନ ବିକିବ ନ୍ୟୁକ୍ଲିୟର ବମ୍ । ଏକଥା ଆମେ କହୁନୁ ଏକଥା ନିଜେ ଟ୍ବିଟର୍ ମାଧ୍ୟମରେ କହିଛନ୍ତି ପାକିସ୍ତାନର ଲାଲଟୋପି ଜାଇଦ ହମିଦ । ଭାରତ ବିରୋଧରେ ଅନେକ ସମୟରେ ବିଷାକ୍ତ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଦେଉଥିବା ଜାଇଦ ହମିଦ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଯଦି ଆମେ ସାଉଦି ଆରବକୁ ପାଞ୍ଚଟି ପରମାଣୁ ବୋମା ଦେବୁ, ତେବେ ସେ ଆମକୁ ଘଣ୍ଟାରେ ୨୫ ବିଲିୟନ ଡଲାର ଦେବ । ସେପଟେ ତୁର୍କୀ ପାଞ୍ଚଟି ଆଣବିକ ବୋମା ବଦଳରେ କୋଡିଏ ବିଲିୟନ ଡଲାର ଦେବ। ସେ କହିଛନ୍ତି ଯେ ଆମେ ଆଣବିକ ଅଣ ପ୍ରସାରଣ ଚୁକ୍ତି (NPT) କିମ୍ବା CTBT ସ୍ୱାକ୍ଷର କରିନାହୁଁ । ଆମେ ସମଗ୍ର ବିଶ୍ୱରୁ ଟେକ୍ନୋଲୋଜି ଚୋରି କରି ପରମାଣୁ ବୋମା ତିଆରି କରିଛୁ । ଆଣବିକ ବୋମା ରପ୍ତାନି କରିବା ଆମର ସରକାରୀ ନୀତି କରିବା ଉଚିତ୍।ଯଦି ପାକିସ୍ତାନ ଏହା କରେ ତେବେ ଆମ ଦେଶ ଉପରେ ଆକ୍ରମଣ କରିବାକୁ କାହାର ସାହସ ନାହିଁ ।
ଅଧିକ ପଢନ୍ତୁ ବିଦେଶ ଖବର
ଭାଇରାଲ ହେଉଛି ISIଙ୍କ ପାଖଲୋକ ଜାଇଦ୍ ହମିଦଙ୍କ ଟ୍ବିଟ୍ । ପାକିସ୍ତାକୁ କାଙ୍ଗାଳ ଅବସ୍ଥାରୁ ହଟାଇବା ପାଇଁ ନୂଆ ଚାଲାକି । ଋଣ ସୁଝିବା ଦରକାର ନାହିଁ । ପରମାଣୁ ବୋମା ବିକ୍ରି କର । ଜାଇଦ୍ ହମିଦ କହିଛନ୍ତି ଆମେରିକା ଏବଂ ୟୁରୋପ ରାଗିବେ ହେବ ବୋଲି ପାକିସ୍ତାନ ଭୟ କରୁଛି । ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ଆମ ଭିତରେ ଥିବା ଭୟ ଏବଂ ସେଥିପାଇଁ ଆମେ ଏହା କରୁନାହୁଁ । ସେ ଉତ୍ତର କୋରିଆର ଉଦାହରଣ ଦେଇ କହିଛନ୍ତି ଯେ କୌଣସି ଦେଶ ଏହାକୁ ବାରଣ କରିପାରିବେ ନାହିଁ । ଏବଂ ସବୁଠାରୁ ବଡ କଥା ହେଲା ଇଏ ହେଲେ ସେହି ଜାୟଦ ହମିଦ ଯାହାକୁ କାରରୁ ଘୋଷାଡି ଇମ୍ରାନଙ୍କ ସମର୍ଥକ ମାନେ ମାଡ ମାରିଥିଲେ ।
ଚିନ୍ତାରେ ଆତଙ୍କିସ୍ତାନ । ଦାରିଦ୍ର୍ୟତା କମୁନି । ବିବାଦ ବଢୁଛି । ରାଜେନୈତିକ ସ୍ଥିତିର ଅସ୍ଥିରତା ବିଷୟରେ ତ ନକହିବା ଭଲ । ଏସବୁ ଭିତରେ ଏବେ ଲାଲଟୋପି ଜାଏଦ ହମିଦଙ୍କ ଏଭଳି ବୟାନ ପାକିସ୍ତାନରେ ନୂଆ ହଲଚଲ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
