ଗାଁର ରାଜୁ ନାୟକଙ୍କ ସ୍ତ୍ରୀ ନିଜର ୬ ବର୍ଷର ପୁଅକୁ ଧରି ଗାଁ ନିକଟ ଏକ ନାଳକୁ ଶୌଚ ପାଇଁ ଯାଇଥିଲେ । ଶୌଚ ସାରି ଫେରିଲା ପରେ ନିଜ ପୁଅକୁ ପାଇନଥିଲା ମାଆ । ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ନାବାଳକ ଜଣଙ୍କ କାନ୍ଦି କାନ୍ଦି ଆସୁଥିବା ଦେଖିବାକୁ ପାଇଥିଲେ । ପରେ ଅପହୃତ ନାବାଳକଙ୍କଠାରୁ ସବୁ ସତ ଜଣାପଡିଥିଲା ।
ନାବାଳକଙ୍କ ତଥ୍ୟକୁ ଆଧାର କରି ଗ୍ରାମବାସୀ ଖୋଜା ଖୋଜି କଲା ପରେ ଖଣ୍ଡା ଧୂଆଁ ନିକଟସ୍ଥ ଗଳଖାଇ ନିକଟରେ ଏକ ୪ ଫୁଟର ଗାତ କରାଯାଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ପାଇଥିଲେ । ଖଣ୍ଡାଧୁଆଁ ଗାଁର ନିରଞ୍ଜନ ବେହେରାଙ୍କ ସ୍ତ୍ରୀ ବନୀତା ବେହେରାଙ୍କୁ କିଛି ମାସ ପୂର୍ବରୁ ସେଠାରେ ମହାଦେବ ଦର୍ଶନ ମିଳିବାର ସ୍ବପ୍ନାଦେଶ ହୋଇଥିଲା ।
ମହାଦେବଙ୍କ ଦର୍ଶନ ପାଇଁ ଗୁଣି ଗାରେଡି କାମ କରୁଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଲ ଗ୍ରାମର ତ୍ରିନାଥ ବେହେରାଙ୍କ ପରାମର୍ଶ କ୍ରମେ ନରବଳି ଯୋଜନା ହୋଇଥିଲା । ଫଳରେ ନରବଳି ଉଦ୍ଦେଶ୍ୟରେ ନାବାଳକଙ୍କୁ ଅପହରଣ କରାଯାଇଥିଲେ ହେଁ ଏଥିରେ ସେମାନେ ସଫଳ ହୋଇନଥିଲେ । ଦେବଗଡ଼ ପୋଲିସ ପୂଜକ ତ୍ରିନାଥ ଏବଂ ନିରଞ୍ଜନକୁ ଗିରଫ କରିଛି ।