ଅଧିକ ପଢନ୍ତୁ :ମହାଶିବରାତ୍ରୀ ପାଇଁ ଚାଲିଛି ମହାପ୍ରସ୍ତୁତି
ଜାଗର ପାଇଁ ଆଠଗଡ଼ର ବାବା ଧବଳେଶ୍ବର ପୀଠ ବି ଚଳଚଞ୍ଚଳ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ବାବାଙ୍କ ପୀଠରେ । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଜାଗର ପାଇଁ ଚଳଚଞ୍ଚଳ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର । ଆଜି ପୀଠରେ ଏକବାର ନୀତି ଅନୁଷ୍ଠିତ ହୋଇଛି । ଜାଗର ଦିନ ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ହେବ । ରବିବାର ଭୋର ୪ଟା ୩୦ମିନିଟରୁ ୫ଟା ମଧ୍ୟରେ ମହାଦୀପ ଉଠିବ ।
ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ କେନ୍ଦୁଝର ଦେଓଗାଁର କୁଶଳେଶ୍ୱର ପୀଠ । ଜିଲ୍ଲାର ସର୍ବ ପୁରାତନ ଶୈବ ପୀଠ ଭାବେ ପରିଚିତ ଦେଓଗାଁକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରସିଦ୍ଧ ହରିଶଙ୍କର ପୀଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ପ୍ରବଳ ସମାଗମ ଆଶଙ୍କାରେ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ହୋଇଛି । ମହାଦୀପ ରାତି 10ଟାରେ ଉଠିବ । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଗୁପ୍ତେଶ୍ବର ପୀଠ ଚଳଚଞ୍ଚଳ । ଗୁମ୍ଫାରେ ପୂଜା ପାଉଥିବା ବାବାଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁକ ସମାଗମ ହୋଇଥାଏ । ଏଥର ହଜାର ହଜାର ଭକ୍ତ ଗୁପ୍ତେଶ୍ବରଙ୍କ ଦର୍ଶନ ପାଇଁ ଆସିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ