ମାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ମିଳିଥିବା ତଥ୍ୟ ଅନୁସାରେ ମହାଲିଙ୍ଗ କଲେଜକୁ ଅଜାଡ଼ି ଦେଇଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ । ୨୦୧୨ରୁ ୨୦୧୮ ମଧ୍ୟରେ ମହାଲିଙ୍ଗ କଲେଜକୁ ଆସିଛି ମୋଟ ୧ କୋଟି ୧୦ ଲକ୍ଷ ୬୫ ହଜାର ଟଙ୍କାର ଅନୁଦାନ। ବଡ଼ କଥା ହେଉଛି ଦିବ୍ୟ ଶଙ୍କର ମିଶ୍ର ବିଧାୟକ ହେବା ପରେ ଅର୍ଥାତ ୨୦୧୪ ପରେ ଅନୁଦାନ ବଢିଛି। ଗୋବିନ୍ଦର ହୋଇଛି ସୋନେ ପେ ସୁଗାହା। କେତେବେଳେ କଲେଜ ବିଲଡିଂ ପାଇଁ ତ, ଆଉ କେତେବେଳେ ହଷ୍ଟେଲ ବିଲଡିଂ ପାଇଁ ପୁଣି କେତେବେଳେ କ୍ଲାସ ରୁମ ନିର୍ମାଣ ପାଇଁ, ବିଭିନ୍ନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଳିଦେଇଛି ଅନୁଦାନ। ଆଉ ଏଇ ଅନୁଦାନ ବେଆଇନ।
ମହାଲିଙ୍ଗ କଲେଜ ପରିସରରେ ହିଁ ଗୋବିନ୍ଦ ସାହୁର ସନସାଇନ ସ୍କୁଲ। ଏଇ ସ୍କୁଲର ପ୍ରିନସପାଲ୍ ଥିଲେ ମମିତା ମେହେର। ମମିତାଙ୍କୁ ହତ୍ୟା କରି ପୋତି ଦେଇଥିଲେ ଦୃବୁର୍ତ୍ତ। ଏଇ ଘଟଣାରେ ଗିରଫ ହୋଇଛି ଦିବ୍ୟ ଶଙ୍କର ଖାସ୍ ଗୋବିନ୍ଦ ସାହୁ । ବିବାଦକୁ ଆସିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।
ଦିବ୍ୟ ଶଙ୍କର ବି କଲେଜ ଉତ୍ସବରେ ସିଧାସଳଖ କହିଛନ୍ତି ସରକାରଙ୍କୁ ଯେତେବେଳେ ଯାହା ମାଗିଛୁ ମିଳିଛି। ବିଭିନ୍ନ ସମୟରେ କଲେଜକୁ ଯାଇଛନ୍ତି ମନ୍ତ୍ରୀ ପ୍ରତାଜ ଜେନା, ଜ୍ୟୋତି ପାଣିଗ୍ରାହୀ, ନିରଞ୍ଜନ ପୂଜାରି ପ୍ରମୁଖ। ପ୍ରତାପ, ଦିବ୍ୟ ଶଙ୍କର ଓ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ବି ପକାଇଛନ୍ତି।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଯଦି ଘରୋଇ କଲେଜକୁ ଅନୁଦାନ ବ୍ୟବସ୍ଥା ନାହିଁ ତାହା ହେଲେ ମହାଲିଙ୍ଗକୁ ଏତେ ଅନୁକଂପା କାହିଁକି, କେମିତି ପରିଷଦ ଆଖିବୁଜି ଦେଲା? ଦିବ୍ୟ ଶଙ୍କର ଓ ପ୍ରତାପ ଜେନା ଅନୁଦାନ ପାଇଁ ଚାପ ପକାଇଥିଲେ କି ? ସରକାରୀ ବାବୁ ବି ଏଥିରେ ସଂପୃକ୍ତ କି, ଗୋବିନ୍ଦ ସାହୁ ପ୍ରତି କାହିଁକି ଏତେ ଦରଦ?