ସେପଟେ ବିଧାନସଭାରେ ପୁଣି ଉଠିଛି ମହାନଦୀ ପ୍ରସଙ୍ଗ । ରାଜ୍ୟର ନଦୀ ଗୁଡିକରେ ଜଳ ସ୍ଥିତି କୁ ନେଇ ବିରୋଧୀଙ୍କୁ ଘେରିଲେ ବିଜେଡି ବିଧାୟକ ଦେବୀ ମିଶ୍ର । କହିଛନ୍ତି ମହାନଦୀ ଶୁଖି ଗଲାଣି । ଜଳ ବିବାଦ ର ସମାଧାନ ହେଉନି । ଏ ନେଇ ଗୃହରେ ସ୍ୱତନ୍ତ୍ର ଆଲୋଚନା ହେଉ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଦେବୀ ମିଶ୍ର । ରୁଲିଙ୍ଗି ପାଇଁ ଜିଦରେ ଅଡି ଧରି ବସିଲେ ଶାସକ ସଦସ୍ୟ । ଆମ ଜୀବନ ଧାରା ବିପଦରେ ବୋଲି ନାରା ଦେଲେ ଦଳର ସମସ୍ତ ସଦସ୍ୟ । ସେପଟେ ଶାସକ ଦଳକୁ ଜବାବ ଦେଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଥିଲେ କି ଆପଣଙ୍କର ଯଦି ଜଳ ପାଇଁ ଏତେ ଦରଦ ତେବେ ଅନ୍ୟ ଫୋରମ୍ ରେ ଆଲୋଚନା କରିବାକୁ କହିଲେ ଜୟ ନାରାୟଣ ମିଶ୍ର ।
ମା ନୁହେଁ, ମହାନଦୀ ସାବତ ମାଆ ବୋଲି ପ୍ରମାଣ କରିଦେଲେ ରାଜ୍ୟ ସରକାର । ୫ ବର୍ଷ ବିତିଥିଲେ ବି ହୋଇପାରିଲା ନାହିଁ ମୂଳ ଆବେଦନର ଶୁଣାଣି । ଛତିଶଗଡ ବ୍ୟାରେଜ ପରେ ବ୍ୟାରେଜ କରିଚାଲିଥିବା ବେଳେ ଭକୁଆ ହୋଇ ଚାହିଁ ରହିଛନ୍ତି ଓଡିଶା ସରକାର । ଖରାଦିନ ଆରମ୍ଭ ହେଉ ହେଉ ଶୁଖିଗଲାଣି ମହାନଦୀ । ଶୁଖିଲା ମହାନଦୀକୁ ଦେଖି ମାଷ୍ଟର ପ୍ଲାନ ସହ ମହାନଦୀ ତଳମୁଣ୍ଡରେ ୭ ଟି ବଡ ବ୍ୟାରେଜ ଓ ୩୦ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ ୨୦୧୭ରୁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଖଇରମାଳ, ଗୋଧନେସ୍ଵର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ରହିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଜଳସଂପଦ ମନ୍ତ୍ରୀ । ଟ୍ରିବ୍ୟୁନାଲ ଦ୍ଵାରା ବିବାଦ ସମାଧାନରେ ବିଳମ୍ବ ହୁଏ । ଏକଥା ଜାଣି ମଧ୍ୟ କାହିଁକି ଟ୍ରିବ୍ୟୁନାଲ ଆଳରେ ସରକାର ସମୟ ଗଡାଇଥିଲେ ତାହା ବଡ ପ୍ରଶ୍ନବାଚୀ ।