ଅଧିକ ପଢନ୍ତୁ : 2 ଟି କମିଟିର ବୈଠକ କେବେ ହୋଇଥିଲା, କମିଟି କ'ଣ ପ୍ରସ୍ତାବ ରଖିଛି ପ୍ରଶ୍ନ କଲେ ଜୟନାରାୟଣ
ସେପଟେ ଶାସକ ଦଳ ବିଧାୟକ ବି ମହାନଦୀର ସ୍ଥିତିକୁ ନେଇ ସରକାରଙ୍କୁ ସାବଧାନ କରେଇ ଦେଇଛନ୍ତି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜଳସ୍ତର କମ ଥିବା ବେଳେ ଆଗକୁ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ । ତେଣୁ ଟ୍ରିବୁନାଲ ଉପରେ ନିର୍ଭର ନ କରି ସେମାନେ ଯଦି ଆନିକଟ କରି ପାଣି ଅଟକାଇଛନ୍ତି, ଆମେ ମଧ୍ୟ ଆମ ନଦାନଦୀ ପାଣି ଅଟକାଇବାର ବ୍ୟବସ୍କଥା କରିବା କଥା ବୋଲି କହିଛନ୍ତି ସୌମ୍ୟ ।
ଛତିଶଗଡ ୨୦୦୮ ମସିହାରୁ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ପାଣି ଅଟେକାଇବା କାମ ଆରମ୍ଭ କରିଥିବା ବେଳେ ୨୦୧୭ରେ ଭାଙ୍ଗିଥିଲା ରାଜ୍ୟ ସରକାରଙ୍କ ନିଦ । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାନଦୀକୁ ମା ବୋଲି କହି ଆରମ୍ଭ କରିଥିଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ । ଆଉ ଏହା ପରେ ଆପୋଷ ଆଲୋଚନା ଠୁ ଦୂରେଇ ରହି କେବଳ ଟ୍ରିବୁନାଲ ନାଁରେ 5 ବର୍ଷ ଗଡାଇ ଦେଇଛନ୍ତି ସରକାର । ଟ୍ରିବୁନାଲ ବାବଦକୁ ୩ ବର୍ଷରେ ସରକାର ୬ କୋଟି ୫୬ ଲକ୍ଷ ଲକ୍ଷ ଖର୍ଚ୍ଚ କରିଥିଲେ ।