ଜୁନ ୯, ୨୦୨୧ରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆହୁରି 2 ବର୍ଷ ଅର୍ଥାତ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମାମଲାରେ ଆଜି ୨୩ତମ ଶୁଣାଣି ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ମୂଳ ମାମଲାର ଶୁଣାଣି ହୋଇନାହିଁ କିମ୍ବା ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ଏବେବି ଟ୍ରିବ୍ୟୁନାଲ ପ୍ରକାଶ କରିନାହାନ୍ତି ।
ଏହା ମଧ୍ୟରେ କେନ୍ଦ୍ରୀୟ ସଂସ୍ଥା ମାନେ କିଛି ଦସ୍ତାବିଜ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ନେଇ ନିକଟରେ ଛତିଶଗଡ଼ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ କରିଛି । ଆଜିର ଏହାର ମଧ୍ୟ ଶୁଣାଣି ହୋଇପାରେ । ମୂଳ ମାମଲାର ଶୁଣାଣି ପାଇଁ ୪୮ଟି ପ୍ରସଙ୍ଗ ନିର୍ଦ୍ଧାରଣ ହେବାର ୧୩ ମାସ ବିତି ଯାଇଥିଲେ ବି ଶୁଣାଣି କେବେ ଆରମ୍ଭ ହେବ ସେ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି ।