ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଏକ ମହାଖୁଲାସା । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ପୁଅର ଚାଞ୍ଚଲ୍ୟକର ବୟାନ । ତାଙ୍କ ପୁଅ କହିଛନ୍ତି, ବାପା ଫୋନ କରିଥିଲେ ଓ ମାମାଙ୍କୁ କହିବୁ ମୋର ଦୁର୍ଘଟଣା ହେଲେ ଏଥିରେ କେହି ବି ଦାୟୀ ରହିବେ ନାହିଁ । ଅର୍ଥାତ ପ୍ରଫୁଲ ବିଶ୍ୱାଳଙ୍କ ଦୁର୍ଘଟଣା ହେବ ବୋଲି ସେ ପୂର୍ବରୁ ଜାଣିଥିଲେ ।
ସେପଟେ ଏ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମାହାଙ୍ଗା ନିର୍ବାଚନ ମଣ୍ଡଳିରେ ୫ଟି ରାଜନୈତିକ ହତ୍ୟା ଘଟିଛି । ଯାହା ରାଜ୍ୟ ପାଇଁ ଏକ ନିନ୍ଦାଜନକ ଘଟଣା । ତାଙ୍କର ହେଲମେଟ, ଗାଡ଼ି ଓ ମୋବାଇଲ ସୁରକ୍ଷିତ ରହିଥିଲା । କିନ୍ତୁ ତାଙ୍କର ଏଭଳି ବିଭତ୍ସ ଭାବେ ମୃତ୍ୟୁ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହା ପୂର୍ବରୁ ସ୍ୱର୍ଗତ ଦିବ୍ୟସିଂହ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ କରିଥିଲେ ପ୍ରଫୁଲ । ମୋ ଜୀବନ ପ୍ରତି ବିପଦ ରହିଛି ଓ ଆମକୁ ମନ୍ତ୍ରୀ ପ୍ରତାପ ଜେନା ଫସାଇ ଦେଲା ବୋଲି ସେ ଫୋନରେ କହିଥିଲେ । ଯାହାକୁ ନେଇ ରମାକାନ୍ତ ଥାନାରେ ଏତଲା ଦେଇଥିଲେ ।