ଅଧିକ ପଢନ୍ତୁ : ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302 ଦଫା
ସେପଟେ କାବୁଆ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ମାହାଙ୍ଗା ଡବଲ ମର୍ଡର ପରେ କାବୁଆକୁ କଲ୍ କରି କଥା ହୋଇଛନ୍ତି ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ଦୁଇ ସହଯୋଗୀ ବାପି ବିଶ୍ବାଳ ଓ ଶରତ ନାୟକ । କଲ୍ ଡିଟେଲସ ରେକର୍ଡରୁ ଏଇ ତଥ୍ୟ ସାମ୍ନାକୁ ଆସିଛି । ମାହାଙ୍ଗା ଡବଲ ମର୍ଡରର ପୋଲ୍ ଖୋଲିଯିବ ବୋଲି କାବୁଆକୁ ହତ୍ୟା କରାଯାଇଛି ଆଉ ଏହା ପଛରେ ପ୍ରତାପ ଜେନାଙ୍କ ହାତ ବୋଲି ଅଭିଯୋଗ ହୋଇଛି ।
ସେପଟେ ମଙ୍ଗଳବାର କୂଆଁପାଳରେ ପ୍ରତାପ ଜେନାଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ଶିକାର ନ୍ୟାୟ ପାଇଁ ଲଢେଇ ପରିବାରର ଦିଲୀପ ସାହୁ ଥାନାରେ ଏତଲା ଦେଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମରଣାନ୍ତକ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସବୁବେଳେ ଖସିଯାଉଥିବା ପ୍ରତାପ ଏଥର କିନ୍ତୁ ଆଇନପଞ୍ଝାରେ ଫଶିଯାଇଛନ୍ତି । ତାଙ୍କୁ ସମନ ପରେ ଯଦି ବେଲ ନ ମିଳେ ତେବେ ଗିରଫ ହେବେ ବିଜେଡିର ଏଇ ପାୱାରଫୁଲ୍ ବିଧାୟକ । ଏବେ ବଡ଼ ପ୍ରଶ୍ନ କାହିଁକି ପ୍ରତାପଙ୍କୁ ଘଣ୍ଟ ଘୋଡାଇଛି ବିଜେଡି, କାହିଁକି ପ୍ରଶ୍ନ କଲେ ଉତ୍ତର ଦେଉନାହାନ୍ତି ବିଜେଡିର କୁହାଳିଆ ନେତା, କେବେ ବିଦା ହେବେ ପ୍ରତାପ ।