ଅଧିକ ପଢନ୍ତୁ : କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ଘେରରେ ପୋଲିସର ନିରପେକ୍ଷତା
ଆକ୍ରମଣ ନେଇ ବୁଧବାର ଥାନାରେ ଏତଲା ଦେଇଛନ୍ତି ରାମଚନ୍ଦ୍ର ବେହେରା । ଦୋକାନରୁ ଟାଣିଆଣି ବିଜେଡି ଗୁଣ୍ତାଡା ତାଙ୍କୁ ଲହୁଲୁହାଣ କରିଥିବା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି । ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ୪୦ରୁ ଅଧିକ ଗୁଣ୍ଡା ଆକ୍ରମଣ କରିଥିଲେ ସେ ଅଭିଯୋଗ କରିଛନ୍ତି । ସେପଟେ ବଢିଛି ପ୍ରତାପ ଜେନାଙ୍କ ଅଡୁଆ । ଦଫା ୩୦୨ ଲାଗିଥିବାରୁ ବିଜେଡି ବିଧାୟକ ଗିରଫ ହୋଇପାରନ୍ତି ବୋଲି ଆଇନଜୀବୀ କହିଛନ୍ତି ।
ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ କଥା ହେଉଥିବା ଅଭିଯୋଗ ହୋଇଛି । ବଡ଼ ପ୍ରଶ୍ନ ହେଉଛି ଜଣେ ଆଇନମନ୍ତ୍ରୀ ହତ୍ୟା ଅଭିୟୁକ୍ତ ସହିତ କାହିଁକି କଥା ହେଉଥିଲେ, କାବୁଆ ସହିତ କଣ ଥିଲା ପ୍ରତାପଙ୍କ ସଂପର୍କ, କୋର୍ଟଙ୍କ ନିର୍ଦ୍ଦେଶରେ ଏବେ ପ୍ରତାପଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୧୨୦ବି ଓ ୫୦୬ । ତଥାପି ବିଜେଡି ଚୁପ୍ । କାହିଁକି ପ୍ରତାପଙ୍କୁ ବିଦା କରୁନି ଦଳ, ନା ନରହତ୍ୟା ଅଭିଯୋଗ ଜନବିରୋଧୀ ନୁହେଁ ।