ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ପାରିବାରିକ କହଳ କହୁଥିଲେ ବି ହତ୍ୟାରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ସନ୍ଦେହ କରୁଛି ପୋଲିସ । ପ୍ରଥମେ ନିଶା ଦେଇ ପରେ ହତ୍ୟା କରାଯାଇଥିଲା କି ? ହତ୍ୟାରେ ଗୋଟିଏ ନା ଏକାଧିକ ମାରଣାସ୍ତ୍ର ବ୍ୟବହାର ହୋଇଥିଲା ? ଏଥିପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଏହାସହ ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ । ଦରକାର ପଡିଲେ କ୍ରାଇମସିନ ରିକ୍ରିଏସନ କରାଯିବ ବୋଲି କହିଛନ୍ତି ସାଲେପୁର ଏସଡିପିଓ । ଅଭିଯୁକ୍ତର ସ୍ତ୍ରୀକୁ ମହିଳା ପୋଲିସର ଏକ ଟିମ ମଧ୍ୟ ପଚରାଉଚରା କରୁଛି ।
କୁସୁପୁର ଗଣହତ୍ୟା ମାମଲାରେ ମାଜିଷ୍ଟ୍ରେଟ, ସାଲେପୁର ଏସଡିପିଓ ଓ ମାହାଙ୍ଗା ଥାନା ଆଇଆଇସିଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । କଟକ ଶିଖରପୁର କାଳିଆବୋଦା ଶ୍ମଶାନରେ ଏକାସାଙ୍ଗେ ହୋଇଥିଲା ପୂରା ପରିବାରର ଶେଷକୃତ୍ୟ ।
ଆହୁରି ଅଧିକ ଅପରାଧ ଖବର ପଢ଼ନ୍ତୁ...