ସେ ଅସୁସ୍ଥ ଥିବାରୁ ଏବଂ ଠିକ୍ ଭାବେ ଚାଲିପାରୁନି । ଗତକାଲି ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଥିଲା । ଅଭିଯୁକ୍ତ ଶିବ କହିଛି ନିଜ ବଡ ଭାଇର ପରିବାରକୁ ହତ୍ୟା କରିବା ପରେ ସେ ଘଂଟାଏ ଧରି କଠୋରୀ ଭିତରେ ବସିଥିଲା । ଆଉ କଠୋରୀ ଭିତରେ ପଡିଥିବା ରକ୍ତକୁ ଏକ ଗଞ୍ଜିରେ ପୋଛିଥିଲା ବୋଲି ଶିବ ପୁଲିସକୁ କହିଥିବା ସୂଚନା ରହିଛି ।
ଆଜି ରିମାଣ୍ଡର ଦ୍ବିତୀୟ ଦିନ । ଅଭିଯୁକ୍ତ ଶିବ ଯଦି ସୁସ୍ଥ ହୋଇଥିବ ତାହେଲେ ଜେରା କରାଯିବ ଏବଂ ଘଟଣାସ୍ଥଳକୁ ଆଣି କ୍ରାଇମ ରିକ୍ରିଏସନ କରିବାକୁ ପୁଲିସ ଯୋଜନା କରିଛି । ଶିବ ଶୋଇବା କୋଠରୀକୁ ପଶିଯାଇ ପ୍ରଥମେ ଭାଉଜ, ତା ପରେ ଭାଇ, ଦୁଇ ପୁଅକୁ ହତ୍ୟା କରିବା ପରେ ଶେଷରେ ଝିଆରୀକୁ ହତ୍ୟା କରିଥିବା ପୁଲିସ ଆଗରେ ବୟାନ ହେଉଛି ।