ମାହାଙ୍ଗା ଡବଲମର୍ଡର ଘଟଣାରେ ବିବାଦରେ ଥିଲେ ଥାନାବାବୁ । ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଇବାର କଳଙ୍କ ଲାଗିଥିଲା ଥାନାବାବୁଙ୍କ ନାଁରେ । ବିଜେପି ନେତା ଦିବ୍ୟସିଂହ ବରାଳ ଓ କୁଳମଣି ବରାଳ ହତ୍ୟାକାଣ୍ଡର ତଦନ୍ତକୁ ଥାନାବାବୁ ବାଟବଣା କରୁଥିବାର ଅଭିଯୋଗ ହେଉଥିବା ବେଳେ ଏବେ ଥାନାବାବୁଙ୍କ ଘରୁ ପୁଳାପୁଳା ସୁନା ଜବତ ବଡ କିନ୍ତୁ ସୃଷ୍ଟି କରିଛି । କେବଳ ବାବୁ ନିହାର ଯେ, ବିବାଦକୁ ଆସିଛନ୍ତି ତାହା ନୁହେଁ ବିବାଦକୁ ଆସିଛନ୍ତି ତାଙ୍କ ପତ୍ନୀ ନୀନା । ଆଉ ରାୟଗଡାର ଅବକାରୀ ନୀରିକ୍ଷକ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ନିନାଙ୍କ ସ୍ବାମୀ ନିହାର ରଂଜନ ମହାନ୍ତି ଯିକିଏ ମାହାଙ୍ଗା ଥାନା ଆଇଆଇସି ଘରେ ତାଲା ମାରି ଚାଲିଯାଇଥିଲେ। ତେବେ ଆଇଆଇସିଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ କ୍ରମେ ଆଇଆଇସି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ନିହାର। ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନ ଥିଲି ବୋଲି କହିଛନ୍ତି ନିହାର ।
ସରକାର କହୁଛନ୍ତି ପିସି ମଷ୍ଟ ଷ୍ଟପ । ହେଲେ ରାଜ୍ୟରେ ଉଡୁଛି ପିସି ମଷ୍ଟ ଷ୍ଟପର ଧଜିଆ । ଗୃହ ବିଭାଗରେ କାମ କରୁଥିବା ଦମ୍ପତ୍ତିଙ୍କ ଏ ବିପୁଳ ସମ୍ପତ୍ତି ଦେଖି ଏବେ ବଡ ପ୍ରଶ୍ନ । ବଡବାବୁ ମାନେ କେତେରେ ଥିବେ ।